ରାୟଗଡା ଜିସିଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହାକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଶୁକ୍ରବାର ଦିନ ଭୋଟର ସାକ୍ଷରତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର ଏଥିରେ ଯୋଗଦେଇ ନିର୍ବାଚନ ନିମନ୍ତେ ଥିବା ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇଥିଲେ। ଶିକ୍ଷକ ନିଳାଞ୍ଚଳ ମିଶ୍ର ଇଭିଏମର ବ୍ୟବହାର, ଭୋଟର ହେବା ନିମନ୍ତେ ଯୋଗ୍ୟତା, ଅନଲାଇନ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ଜିଲ୍ଲା ହାଇସ୍କୁଲରେ ନବ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ନିର୍ବାଚନୀ ସାକ୍ଷରତା ଜରୁରୀ ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ର, ଛାତ୍ରୀ ଭୋଟର ସାକ୍ଷରତା କ୍ଳବର ସଦସ୍ୟ ହୋଇଥିବାରୁ ନିୟମିତ ଏହି ବିଷୟରେ ସେମାନଙ୍କୁ ଅବଗତ କରାଯିବା ବୋଲି କହିଥିଲେ। ଶେଷରେ ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.