ସୁବର୍ଣ୍ଣପୁର ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଉଦେପଦର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ଠାରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା  ଶାନ୍ତିଲତା ମିଶ୍ର, ଲସତଲା ସରପଞ୍ଚ ଶିବାନୀ ମହାକୁର ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର ରହିଥିବା ସୂଚନା ଦେଇ ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସରକାରଙ୍କ ସହାୟତା ଯୋଗାଇ ଦେବାପାଇ ପ୍ରଶାସନ ସବୁବେଳେ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ। ଶ୍ରମ ଅଧିକାରୀ ସୁବର୍ଣ୍ଣପୁର ଡିଲେଶ୍ୱର ଖାକାଙ୍କ ତତ୍ୱାବଧାନ ତଥା ପରିଚାଳନାରେ ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ପରିପ୍ରେକ୍ଷୀରେ ଶିକ୍ଷା ସହାୟତା ନିମନ୍ତେ ୩୬ ଜଣଙ୍କୁ ୨ଲକ୍ଷ ୨୭ ହଜାର ୨୦୦, ପ୍ରସୂତି କାଳିନ ସହାୟତାରେ ୨୫ ଜଣଙ୍କୁ ୨ ଲକ୍ଷ ୫୦ ହଜାର, ମୃତ୍ୟୁ କାଳିନ ସହାୟତାରେ ୪୩ ଜଣଙ୍କୁ ୮୬ଲକ୍ଷ, ବିବାହ ସହାୟତା ନିମନ୍ତେ ୨୦୪ ଜଣଙ୍କୁ ୧ କୋଟି ୧ ଲକ୍ଷ ୨୫ ହଜାର ଓ ଶବସତ୍କାର କ୍ରିୟାକାର୍ଯ୍ୟ ସହାୟତାରେ ୭୭ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୮୫ ହଜାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଜି ଅନୁଷ୍ଠିତ ଏହି ଶିବିରରେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟରେ ବିନିକା, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଜିକୃତ ଯୋଗ୍ୟ ୩୮୫ ଜଣ ନିର୍ମାଣ ଶ୍ରମିକଙ୍କୁ ସମୁଦାୟ ୧ କୋଟି ୯୩ ଲକ୍ଷ ୮୭ ହଜାର ୨ଶହ ଟଙ୍କାର ସହାୟତା ରାଶି ସେମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.