ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ୧୩ ଜଣ ବଟୁଙ୍କ ଯଜ୍ଞପବିତ ଧାରଣ ଓ ସଂସ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ରୋୟାଲ ପେଲେସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଯଜ୍ଞରେ ବ୍ରହ୍ମା ଭାବରେ ପଣ୍ଡିତ ନିତ୍ୟାନନ୍ଦ ପାତ୍ର ଓ ମୁଖ୍ୟ ଆଚାର୍ଯ୍ୟ ଭାବରେ  ପୁରୁନ୍ଦର ହୋତା ଏବଂ ୧୧ ଜଣ ଆଚାର୍ଯ୍ୟଙ୍କ ସହଯୋଗରେ ବୈଦିକ ରୀତିରେ ବ୍ରତପୋନୟନ କାର୍ଯ୍ୟ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁଷାର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜର ସଭାପତି ଜନାର୍ଦନ ପଣ୍ଡା, ସମ୍ପାଦକ ହେମନ୍ତ ପଣ୍ଡା, ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ମୁଣ୍ଡ, ମୁଖ୍ୟ ସଂଯୋଜକ ହର୍ଷ ବେହେରା ତଥା କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକର ସଭାପତି,  ସମ୍ପାଦକ, ଭବାନୀପାଟଣା ବ୍ରାହ୍ମଣ ସମାଜ ସଭାପତି ଜଗନ୍ନାଥ ମୁଣ୍ଡ, ସମ୍ପାଦକ ଉମେଶ ଚନ୍ଦ୍ର ମୁଣ୍ଡ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ କମିଟି ତରଫରୁ ପ୍ରତ୍ୟେକ ନବବ୍ରହ୍ମଚାରି ମାନଙ୍କୁ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ମୁଦ୍ରିକା ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.