ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ୍) ତରଫରୁ ଶୁକ୍ରବାର କୋକସରା ବାଳିକା ଉଚ୍ଚ ବିଦ୍ୟାପୀଠ ଠାରେ ନୂତନ ଭାବେ ଯୋଗଦେଇଥିବା ବିଇଓ ରଶ୍ମିତା ନେତାମଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସାଂଗଠାନିକ ସମ୍ପାଦକ ସତ୍ୟବାନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ରଶ୍ମିତା ନେତାମ, ମୂଖ୍ୟବକ୍ତା ଭାବେ ବିଆରସିସି ତୋଫାନ ମାଝୀ, ଜିଲ୍ଲା ସମ୍ପାଦକ ବୈକୁଣ୍ଠ ଜାଲ, ସଞ୍ଜିବ କୁମାର ପାଢୀ, ଚନ୍ଦ୍ରମୋହନ ପୁଝାରୀ, ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ବିଇଓ ନେତାମଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ବିଭିନ୍ନ ଶିକ୍ଷକ ସଂଘ ତରଫରୁ ମଧ୍ୟ ବିଇଓଙ୍କୁ ଅଙ୍ଗବସ୍ତ୍ର ସହିତ ପୁଷ୍ପଗୁଚ୍ଛ ଦେଈ ସ୍ବାଗତ କରାଯାଇଥିଲା। ସଭାକୁ ଶିକ୍ଷକ ଈଶ୍ବରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିବା ବେଳେ ଜୟଶ୍ରୀବାଲା ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷକ ଭାଗ୍ୟବାନ ବାଗ, ଦେବିସିଂ ମାଝୀ, ବେଣୁଧର ନାଏକ, ବ୍ୟାପ୍ତି ନାଏକ, ରୁନି ନାଏକ, ତ୍ରିନାଥ ନାଗ, କ୍ଷୀରୋଦ କୁମାର ପଣ୍ଡା ସମେତ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.