ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡାରେ ନବନିର୍ମିତ କ୍ଷତ୍ରୀୟ ପାଇକ ସମାଜର ଗୃହ ଉଦଘାଟନ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲାର ପୂର୍ବତନ ବିଧାୟକ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରୀୟ ପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇ, ବାସୁଦେବ ପ୍ରଧାନୀ, ଡମ୍ବରୁଧର ଧଙ୍ଗଡାମାଝୀ, ସୁଦାମ ଦୁବେ, ବନମାଳୀ ଦଣ୍ଡିଆ, ଜଗଦାନନ୍ଦ ପୁଝାରୀ, ଭୈରବ ନାଏକ, ରୂପକେଶରୀ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ଶ୍ରୀ ରାମ କଲ୍ୟାଣ ମଣ୍ଡପରେ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସନ୍ତୋଷ କୁମାର ଦୁବେ ଓ ଶ୍ରୀପତି ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ଲିପ୍ସାମୟୀ ଦୁବେ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମାଜର ସଦସ୍ୟମାନେ ସହଯୋଗ କରିଥିଲେ।