ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ଟ୍ରାକ୍ଟରରୁ ୩୦ ହଜାର ଫାଇନ ଆଦାୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବନାଞ୍ଚଳ ଦକ୍ଷିଣ ବନଖଣ୍ଡ ଆମପାଣି ସେକ୍ସନ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଚାଷ ପାଇଁ ନଙ୍ଗଲ କରୁଥିବା ଦୁଇଟି ଟ୍ରାକ୍ଟର ରୁ ୩୦ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। ସୂଚନା ଅନୁସାରେ, ଆମପାଣି ଫରେଷ୍ଟ ସେକ୍ସନର ବିରିମୁହାଣ ପାଖରେ ସାହେବଗୁଡା ଗ୍ରାମର ଟ୍ରାକ୍ଟର ମାଲିକ ଜୟଦେବ ଭତ୍ରା ଓ ଯୋଗେନ୍ଦ୍ର ପୁଝାରୀ ବେଆଇନ୍ ଚାଷ ପାଇଁ ଟ୍ରାକ୍ଟର ଯୋଗେ ନଙ୍ଗଲ କରୁଥିଲେ। ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରି ଦୁଇଟି ନମ୍ବର ବିହୀନ ଟ୍ରାକ୍ଟର ରୁ ୩୦ ହଜାର ଟଙ୍କା ଫାଇନ ଆଦାୟ କରି ଛାଡ଼ି ଥିବା ଆମପାଣି ଫରେଷ୍ଟର ମନୀଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଏକାଧିକ ସ୍ଥାନରେ ଅଣ ଓଡ଼ିଆ ମାନେ ଅନଧିକୃତ ଭାବେ ପସି ହେକ୍ଟର ହେକ୍ଟର ଜାଗାରେ ଗଛ କାଟି ମକା ଓ ବେଆଇନ ଚାଷ କରୁଥିବା ନଜର ରହିଛି। ବନ ବିଭାଗ ପକ୍ଷରୁ କଡ଼ାକଡ଼ି ଭାବରେ ପଇତରା ମାରି ବେଆଇନ ଚାଷ କରୁଥିବା ମାଫିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ବନ ବିଭାଗର କିଛି ଅସାଧୁ କର୍ମଚାରୀ ମାଫିଆ ମାନଙ୍କ ସହିତ ସଲାସୁତୁରା କରି ସୁରକ୍ଷା ଯୋଗାଇ ଆସୁଥିବାବେଳେ କାଁ ଭାଁ ଚଢ଼ାଉ କରି ପ୍ରସଂଶା ସାଉଁଟୁ ଥିବା ହାଟରେ ବାଟରେ ଚର୍ଚ୍ଚା ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.