ଏହି ସବୁ ଦେଶରେ ଗଛ ମିଳିବା ଭାଗ୍ୟର କଥା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଯଦି ଆମ ପୃଥିବୀରେ ଗଛ ନ ରହିବ…ତାହାହେଲେ ଖୁବ କମ ଦିନରେ ସଂସାର ନଷ୍ଟ ହୋଇଯିବ । ଏବେ ପ୍ରାୟ ପ୍ରତ୍ୟେକ ଦେଶର ସରକାର ଗଛ ଲଗାଇବା ଉପରେ ଜୋର ଦେଉଛନ୍ତି । ଯାହା କି ଏକ ଖୁସିର କଥା । ତେବେ ଆମର ଏଇ ପୃଥିବୀରେ ଏପରି କେତେକ ଦେଶ ଅଛି ଯେଉଁଠାରେ ଗଛ ଦେଖିବା ଏକ ପ୍ରକାର ଭାଗ୍ୟର କଥା କହିଲେ ଭୁଲ ହେବନି । ଗ୍ରୀନଲାଣ୍ଡ, କତାର ଓ ଓମାନରେ ପ୍ରାୟତଃ ଗଛ ନାହିଁ କହିଲେ ଭୁଲ ହେବନି । ଏହି ସବୁ ଦେଶଗୁଡିକରେ ଜଳବାୟୁ ଓ ଭୂମିର ବିଶେଷତ୍ୱ ଯୋଗୁ ପ୍ରାକୃତିକ ରୂପରେ ବଡ ଗଛ ପ୍ରାୟତଃ ହୁଏ ନାହିଁ । ସ୍ଥାନୀୟ ବାସିନ୍ଦା ସେମାନଙ୍କ ସୁବିଧା ଅନୁସାରେ ଏଠାରେ ବଂଚୁଥିବା କିଛି ଗଛ ଲଗାଇ ଉଦ୍ୟମ ଜାରୀ ରଖିଛନ୍ତି । ଗ୍ରୀନଲାଣ୍ଡକୁ ଶୀତଳ ମରୁଭୂମି କୁହାଯାଏ । ଏହା ସମ୍ପୂର୍ଣ୍ଣ ଭାବେ ବରଫ ଆଚ୍ଛାଦିତ । ସେହିପରି କାତାର ଏକ ମରୁଭୂମି । ଏଠାରେ ତୈଳ ଭଣ୍ଡାର ରହିଛି । ପ୍ରାକୃତିକ ତୁଳନାରେ ଅତ୍ୟଧିକ ବ୍ୟୟରେ ଏଠାରେ କୃତ୍ରିମ ପରିବେଶରେ ମନୁଷ୍ୟ ବସବାସ କରୁଛନ୍ତି । ବୈଜ୍ଞାନିକମାନଙ୍କ ଆପ୍ରାଣ ଉଦ୍ୟମ ବଳରେ ଏବେ ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଲଗାଯାଉଛି । ଓମାନରେ ୦.୦୧ ପ୍ରତିଶତ ବନାଂଚଳ ଥିଲା । ଏବେ ଏହା ଶୂନ ହୋଇଯାଇଛି । ସ୍ଥାନୀୟ ଲୋକ ଗଛ ଲଗାଇବା ସହ ଏହାକୁ ବଂଚାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.