ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକୁ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପିୟୁସ କୁମାର ପଣ୍ଡା ସଞ୍ଚାଳନ କରିଥିଲେ। ସମ୍ପାଦକ ତିନୋଟି ପ୍ରସ୍ତାବକୁ ମଞ୍ଜୁରୀ କରିବା ପାଇଁ କହିଥିଲେ। ପ୍ରଥମ ପ୍ରସ୍ତାବ ଆସନ୍ତା ମାସ ଅଗଷ୍ଟ ମାସରେ ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକ ଏବଂ ସୋନପୁର ମ୍ୟୁନିସିପାଲଟି ଅନ୍ତର୍ଗତ ସମସ୍ତ ଫୁଟବଲ ଦଳମାନଙ୍କୁ ନେଇ ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଦିଆଗଲା। ଏହି ଫୁଟବଲ ଲିଗ୍ ଜିଲ୍ଲାର ସମସ୍ତ ୬ଟି ବ୍ଲକ ଓ ସୋନପୁର ମ୍ୟୁନିସିପାଲଟିର ଅନ୍ତର୍ଗତ ବଛା ବଛା ଫୁଟବଲ ଦଳକୁ ନେଇ ନକ ଆଉଟ୍ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତି ବ୍ଲକ ଓ ମ୍ୟୁନିସିପାଲିଟିର ଚମ୍ପିୟାନ ହେଉଥିବା ଦଳମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଦ୍ବିତୀୟ ପ୍ରସ୍ତାବ – ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଭିନ୍ନ କ୍ରୀଡ଼ାବିତ ମାନଙ୍କୁ ଜିଲ୍ଲା କ୍ରୀଡ଼ା ସଂଘରେ ନୂତନ ସଦସ୍ୟତା ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ତୃତୀୟ ପ୍ରସ୍ତାବ – ଜିଲ୍ଲା କ୍ରୀଡ଼ା ସଂଘର କ୍ରୀଡ଼ାବିତମାନେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଏଥିଲେଟିକ ଓ ବକ୍ସିଂ ଚାମ୍ପିୟନସିପରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଅନେକ ପଦକ ବିଜୟୀ ହୋଇଛନ୍ତି। ସେଇ ପଦକ ବିଜୟୀ କ୍ରିଡ଼ାବିତ ମାନଙ୍କୁ ସମ୍ମାନୀତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଉପରୋକ୍ତ ସମସ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ ସଭ୍ୟମାନେ ଗ୍ରହଣ କରି ଏବଂ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଏହି ବୈଠକରେ ଜିଲ୍ଲା ଫୁଟବଲ୍ ଦଳର ସମ୍ପାଦକ ଶ୍ରୀ ରାଜୀବ କୁମାର ସାହୁ, ଉପ-ସଭାପତି ଶ୍ରୀ ଚିତ୍ତରଂଜନ ତରାସିଆ, ସହ-ସମ୍ପାଦକ ଶ୍ରୀ ନନ୍ଦକିଶୋର ତ୍ରିପାଠୀ, ଭଲିବଲ ସମ୍ପାଦକ ଶ୍ରୀ ପୁରୁଷୋତ୍ତମ ପାଣିଗ୍ରାହୀ, ଦିଲ୍ଲିପ ଗୁରୁ, କଇଁରୁ ସ୍ଵାଇଁ, ଗୌରଶ୍ୟାମ ପଣ୍ଡା, ଗତିକୃଷ୍ଣ ମିଶ୍ର, ସତ୍ୟନାରାୟଣ ରାଓ, ସନତ ହୋତ, ବଳରାମ ପଟ୍ଟନାୟକ, ଆଦ୍ୟତି କିଶୋର ଦାନୀ, କମଳାକାନ୍ତ ସାହୁ, କଳାକାହ୍ନୁ ବାଘ, ସୁଦର୍ଶନ ପଣ୍ଡା, ଜିତେନ୍ଦ୍ର ସାହୁ,କଲିମ ମହମ୍ମଦ, ରାଜେଶ ଥନାପତି, ବିକାଶ ପଣ୍ଡା, ରବିନାରାୟଣ ଦେହୁରୀ, ଜୟନାରାୟଣ ପାଢ଼ୀ, ପୁରେନ୍ଦ୍ର ନାଏକ, ଲିପୁର ବେହେରା, ଚନ୍ଦନ ବେହେରା, ବିକାଶ ପାଢ଼ୀ, ଅନୁପ ସାହୁ, ସମେତ ଜିଲ୍ଲା କ୍ରୀଡ଼ା ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।