ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ ରଂକିରେଡ୍ଡୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ସବୁଠାରୁ ଦ୍ରୁତ ସ୍ମାଶ ହିଟ ମାରିବାରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ୫୬୫ କିଲୋମିଟର ପ୍ରତି ଘଂଟାରେ ସେ ଏହି ଶଟ ମାରିଥିଲେ । ଏହା ପୂର୍ବରୁ ମାଲେସିଆର ଟ୍ୟାନ ବୁନ ହୋଆଙ୍ଗଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୨୦୧୩ରେ ୪୯୩ କିଲୋମିଟର ପ୍ରତି ଘଂଟାରେ ଶଟ ମାରିଥିଲେ । ନିକଟରେ ସାତ୍ୱିକ ତାଙ୍କ ସାଥୀ ଖେଳାଳି ଚିରାଗ ଶେଟ୍ଟୀଙ୍କ ସହ ଇଣ୍ଡୋନେସିଆ ଓପନ ସୁପର ୧୦୦୦ ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଥିଲେ । ଜାପାନର ସୈତାମା ସହରରେ ଜୋନେକ୍ସ ଫ୍ୟାକ୍ଟ୍ରି ଜିମ୍ନାଜିୟମରେ ଏହି ସ୍ମାଶ ଶଟ ଆୟୋଜିତ କରାଯାଇଥିଲା । ପୁରୁଷ ବିଭାଗରେ ସାତ୍ୱିକ ଓ ମହିଳାରେ ଟ୍ୟାନ ପର୍ଲି ଦ୍ରୁତ ସ୍ମାଶ ଶଟ ମାରିବାରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା ।