ସିଏସ୍‌ପି ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଏମ୍‌ଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ):  ଭବାନୀପାଟଣା ଟାଉନ୍ ହଲ୍ ଠାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଆଜି ଏକ ସିଏସ୍‌ପି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଏମ୍ ଭୁବନେଶ୍ୱର ସାର୍କିଲ୍ ଉତ୍ତମ କୁମାର ହଜରା ଚୈଧୁରୀ, ଡିଜିଏମ୍ ସଂଜୀବ କୁମାର ଚୋବେ, ଆର୍‌ଏମ୍ କଳାହାଣ୍ଡି କୋଲାବାଲା ଜୀ., ମ୍ୟାନେଜର ଏଫ୍‌ଆଇ କଳାହାଣ୍ଡି ଦୁର୍ଗାମାଧବ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସିଏସ୍‌ପି ପରିଚାଳକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଓ ଅଟଳ ପେନ୍‌ସନ୍ ଯୋଜନା ତଥା ମୁଖ୍ୟମନ୍ତ୍ରୀ ମମତା ଯୋଜନା ଉକ୍ତ ସୁବିଧା ଗୁଡିକ କିଭଳି ହିତାଧିକାରୀମାନେ ଲାଭ ପାଇପାରିବେ ତା ଉପରେ ବିଶଦ୍ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ୨୦୧୪ ରେ ଘୋଷଣା କରିଥିବା ମାସିକ ପ୍ରୋତ୍ସାହନ ରାଶି ୫ ହଜାର ଟଙ୍କା ଦେବା, ସୁକନ୍ୟା ସମୃଦ୍ଧି ପିପିଏଫ୍‌, ଏନ୍‌ପିଏ, ଉକ୍ତ ଟଙ୍କା ଗୁଡିକ ସିଏସ୍‌ପି ପୋର୍ଟାଲ୍ ମାଧ୍ୟମରେ ଜମା କରିବାର ବ୍ୟବସ୍ଥା ପାଇଁ ସିଏସ୍‌ପି ପରିଚାଳକ ମାନେ ଜିଏମ୍‌କୁ ଦାବୀପତ୍ର ଦେଇଥିଲେ । ସିଏସ୍‌ପି ପରିଚାଳକ ମାନଙ୍କ ତରଫରୁ ସୁରେନ୍ଦ୍ର ଯୋଷୀ, ଦିଲ୍ଲୀପ ରାଉତ, ମୁରଲି ନାଏକ ପ୍ରମୁଖ ଜିଏମ୍‌ଙ୍କୁ ଦାବୀପତ୍ର ଦେଇଥିଲେ । ଏହି ସମୟରେ ଜିଏମ୍ ସିଏସ୍‌ପି ମାନଙ୍କୁ ମୋ ଦ୍ୱାରା ଯାହା ସମ୍ଭବ ଉକ୍ତ ଦାବୀଗୁଡିକୁ ପୁରଣ କରିବା ସହିତ ଅନ୍ୟାନ୍ୟ ଦାବୀ ଗୁଡିକୁ ବିଷୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ପ୍ରତିଶୃତି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.