ନାବାଳିକାକୁ ଅପହରଣ ଅଭିଯୋଗ; ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ବୁଧବାର କୋକସରା ପୁଲିସ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଯୁବକ ଏହି ଥାନା ଅଧିନ ଧନସରା ଗ୍ରାମର ଗୋବିନ୍ଦ ନିଆଲ (୨୧) ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ପୁଲିସ ସୁଚାନା ଅନୁସାରେ, ଗତ ଜୁନ ୨୦ ତାରିଖ ଦିନ ଥାନା ଅଞ୍ଚଳର ଜଣେ ନାବାଳିକା ଝିଅକୁ ଧନସରା ଗ୍ରାମର ଯୁବକ ଗୋବିନ୍ଦ ନିଆଲ ଅପହରଣ କରି ଫେରାର ମାରିଥିଲା। ଝିଅର ବାପା ଏନେଇ କୋକସରା ଥାନାରେ ଗତ ୨୨ ତାରିଖରେ ଝିଅ ଅପହରଣ ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲେ। ଆଜି ଡାକ୍ତରି ମାଇନା ପରେ ସମ୍ପୃକ୍ତ ଯୁବକଙ୍କୁ ପୋସ୍କୋ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରିଥିବା କୋକସରା ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛିl

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.