ସଇଁତଲା କନ୍ୟା ଆଶ୍ରମ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ କନ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ ଆନୁକୂଲ୍ୟରେ ଅମ୍ଲାନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡା. ସୁଜାତା ପରୀକ୍ଷାଙ୍କ ତତ୍ତ୍ୱବଧାନରେ ଛାତ୍ରୀମାନଙ୍କ ରକ୍ତହୀନତା ପରୀକ୍ଷା, ଉଚ୍ଚତା ମାପ, ଓଜନ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଏଥିରେ ଫାର୍ମାସିଷ୍ଟ ପ୍ରହଲ୍ଲାଦ ମଲ୍ଲିକ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରକାଶିନୀ ପେଣ୍ଡେଇ, ଶିକ୍ଷୟତ୍ରୀ ସ୍ଵାଗତିକା ଶତପଥି, ବିଦ୍ୟାଳୟ କର୍ମଚାରୀ ଶୋଭାଗିନି ବେହେରା, ପଦ୍ମାବତୀ ସ୍ୱାଇଁ, ମୁକୁନ୍ଦ ସାହୁ ଓ ଛାଟୁ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିଥିଲେ l ଏଥିରେ ବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.