ସତ୍ୟକାହାଣୀ ଉପରେ ଆଧାରିତ ‘ଅଜମେର ୯୨’ର ଟ୍ରେଲର ରିଲିଜ; ଫିଲ୍ମରେ ଦର୍ଶାଯାଇଛି ୨୫୦ ଜଣ ଝିଅଙ୍କ ଦୁଷ୍କର୍ମର କାହାଣୀ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ବିବାଦ ଭିତରକୁ ଆସିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ଅନେକ ଅସନ୍ତୋଷ ଦେଖାଦେଇଥିଲା, ତଥାପି ଫିଲ୍ମର ବକ୍ସ ଅଫିସ ରୋଜଗାର ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା। ସେହିପରି ସତ୍ୟ କାହାଣୀ ଉପରେ ଆଧାରିତ ଆଉ ଏକ ଫିଲ୍ମ ଖୁବଶୀଘ୍ର ଆସିବାକୁ ଯାଉଛି । ଯାହାର ନାଁ ରହିଛି ‘ଅଜମେର ୯୨’ । ତେବେ ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବାକୁ ଥିବା ଫିଲ୍ମ ‘ଅଜମେର ୯୨’ ୧୯୯୨ ଆଜମେର ଦୁଷ୍କର୍ମ ମାମଲା ଉପରେ ଆଧାରିତ। ତେବେ ଦମଦାର ସସପେନସ ସହ ଟ୍ରେଲରଟି ରିଲିଜ ହୋଇଛି ।

Omkar Vasthu
Omkar Vasthu

ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଛି ଏବଂ ୩୦ ବର୍ଷ ପୂର୍ବେ ଅଜମେରରେ ୨୫୦ କିଶୋରୀ ବାଳିକାଙ୍କ ଉପରେ ହୋଇଥିବା ଅପରାଧିକ ଆକ୍ରମଣ ଉପରେ ଆଧାରିତ । ୧୯୮୭ ରୁ ୧୯୯୨ ପର୍ଯ୍ୟନ୍ତ ଅଜମେରରେ ୨୫୦ରୁ ଅଧିକ ସ୍କୁଲ ଓ କଲେଜ ଝିଅମାନେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ସହରରେ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜଣେ ସାମ୍ବାଦିକ ଝିଅମାନଙ୍କର ଆପତ୍ତିଜନକ ଫଟୋ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ କରିଥିଲେ । ଏହା ପରେ ସମଗ୍ର ସହରରେ ହଇଚଇ ସୃଷ୍ଟି ହୋଇଯାଇଥିଲେ । କିନ୍ତୁ ପ୍ରଶାସନ ଏହି ମାମଲାକୁ ଏଡ଼େଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା । କିନ୍ତୁ ମାମଲା ବଢ଼ିବାପରେ ଶେଷରେ ଅଭିଯୁକ୍ତ ଧରାପଡ଼ିଥିଲା । ଟ୍ରେଲରରେ ଦେଖାଯାଇଥିବା ପ୍ରତ୍ୟେକ ଦୃଶ୍ୟ ଏବଂ ସଂଳାପ ଦମଦାର ରହିଛି । ଦର୍ଶକଙ୍କୁ ଚକିତ କରିଛି ଏହି ପ୍ରକୃତ ଘଟଣା ଉପରେ ଆଧାରିତ କାହାଣୀ ‘ଅଜମେର ୯୨’ । ଫିଲ୍ମଟି ଜୁଲାଇ ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Pearl dental clinic
Near Ashish Medical Store, Bhawanipatna

ଏହାକୁ ନିଷିଦ୍ଧ କରିବାକୁ ଦାବି କରୁଛନ୍ତି । ଏହାକୁ ପୁଷ୍ପେନ୍ଦ୍ର ସିଂହ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସୁରଜ ପାଲ ରଜକ, ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଏବଂ ପୁଷ୍ପେନ୍ଦ୍ର ସିଂହ ଲେଖିଛନ୍ତି। ଅନ୍ୟପକ୍ଷେ ଜାମିଆତ୍ ଉଲେମା-ଇ-ହିନ୍ଦ ପିଲ୍ମର ବିଷୟବସ୍ତୁ ନେଇ ‘ଅଜମେର-୯୨’ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି । ତେବେ ସମାଜରେ ଏହା ଏକ ମତଭେଦ ସୃଷ୍ଟି କରିବ ବୋଲି ଅଭିଯୋଗ କରି ଅନେକ ଇସଲାମ ସଂଗଠନ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ଏହି ଚଳଚ୍ଚିତ୍ରଟି ଦର୍‌ଗାହ ଅଜମେର ସରିଫଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.