ଗ୍ରାମାଞ୍ଚଳରେ କାୟା ବିସ୍ତାର କରୁଛି ବେନିୟମ ବିଦେଶୀ ମଦ କାରବାର; ଚେତୁ ନାହିଁ କଳାହାଣ୍ଡି ଅବକାରୀ ବିଭାଗ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ପ୍ରାୟ ଗ୍ରାମରେ ଧିରେ ଧିରେ ବେନିୟମ ବିଦେଶୀ ମଦ କାରବାର କାୟା ବିସ୍ତାର କରିବାରେ ଲାଗିଛି। ଗ୍ରାମାଞ୍ଚଳର ଚା, ପାନ, ଫାଷ୍ଟ ଫୁଡ୍, କିରାନା ଦୋକାନ ସମେତ କେତେକ ଲୋକ ଘର ମାନଙ୍କରେ ବିଭିନ୍ନ ବ୍ରାଣ୍ଡର ମଦ ବିକ୍ରି କରୁଥିବାରୁ ଗାଁ ପରିବେଶ ନଷ୍ଟ ହେବାକୁ ଲାଗିଛି। କିଛି ବର୍ଷ ହେଲା କଳାହାଣ୍ଡିର ଗ୍ରାମାଞ୍ଚଳ ମାନଙ୍କରେ ବେଧଡକ ଚିଲିଛି ବିଦେଶୀ ମଦ ବିକ୍ରି। ଏଥିପାଇଁ ଯୁବପିଢି ପଥଭ୍ରଷ୍ଟ ଓ ଶୋଷଣର ଶିକାର ହେଉଥିବା ବେଳେ ମାଲାମାଲ ହେଉଛନ୍ତି ବିହାରୀ ମଦ ମାଲିକ। ଏପଟେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ବିକ୍ରି ହେଉଥିବା ମଦ ଭିତରୁ କେଉଁଟା ଅସଲି କେଉଁଟା ନକଲି ସେନେଇ ଦ୍ବନ୍ଦରେ ରହୁଛନ୍ତି ଗ୍ରାହକ। ଅନେକ ମଦ ଦୋକାନରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ମଦ ବିକ୍ରି ହେଉଛି। ଗ୍ରାହକ ବିଲ୍ ମାଗିଲେ ମଧ୍ୟ ମିଳୁନାହିଁ। ଅନେକ ବିଦେଶୀ ମଦ ଦୋକାନରୁ ଗାଁ ଗାଁକୁ ଚାଲାଣ ହୋଇ ଚା ପାନ, କିରାନା ଦୋକାନ ଆଦିରେ ଖୁଲମଖୁଲା ବିକ୍ରୀ ହେଉଛି ବିଭିନ୍ନ ବ୍ରାଣ୍ଡର ମଦ। ଏପରି ଅଭିଯୋଗ ଉପରେ ଅଭିଯୋଗ ହୋଇ ଚାଲିଛି, କିନ୍ତୁ ସମାଧାନ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ନକଲି ମଦ ପ୍ୟାକିଙ୍ଗ ହୋଇ ବଜାରକୁ ଛଡ଼ା ଯାଉଥିବା ପରି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସୁଛି। ଏସବୁ କାମ ବିହାରୀମାନଙ୍କ ଦ୍ବାରା ହେଉଛି ଓ ଏପରି କାର୍ଯ୍ୟ କିଛି ଅସାଧୁ ଅଧିକାରୀମାନଙ୍କ ଛତ୍ରଛାୟା ତଳେ ଚାଲିଥିବା ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ବିଦେଶୀ ଓ ନକଲି ମଦ ବେପାରୀଙ୍କ ମନମୁଖୀ କାରବାରକୁ ନେଇ  ଅନେକ ସମୟରେ ଅବକାରୀ ଅଧିକ୍ଷକଙ୍କ ଠାରେ ଅଭିଯୋଗ ହେଇ ଆସୁଛି। ତେବେ ଜିଲ୍ଲା ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିବା ଘଟଣାକୁ ନେଇ ଜିଲ୍ଲାସାରା ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଅଧୀନରେ ୩୪ ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ୨୨ ଟି ଠିପି ଖୋଲା ବାର ରହିଥିବା ସୂଚନା ମିଳିଛି। ଜିଲ୍ଲାର ୧୩ ଟି ବ୍ଲକ, ୩ ଟି ଏନଏସି ଓ ଗୋଟାଏ ମୁନିସିପାଲିଟିରେ ଏହି ସମୁଦାୟ ଦୋକାନ ଓ ବାର ଗୁଡିକ ରହିଥିବାବେଳେ ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର ସରକାରୀ ନିୟମ ମଧ୍ୟ ରହିଛି। ଠିପି ଖୋଲା ବିଦେଶୀ ମଦ ବାରଗୁଡିକ ସରକାରୀ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଚାଲିଥିବା ବେଳେ ୩୪ଟି ଠିପିବନ୍ଦ ଖୁଚୁରା ମଦ ଦୋକାନ ଗୁଡିକ ସରକାରୀ ନିୟମାବଳୀକୁ ଫୁ କରି ସରକାର ଓ ଗ୍ରାହକଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଲୁଟୁଥିବା ନେଇ ଅଭିଯୋଗ ହେଉଛି। ଜିଲ୍ଲାର ଏହି ୩୪ଟି ଠିପିବନ୍ଦ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ପ୍ରତିଦିନ ଅଭ୍ୟାସଗତ ଭାବେ କ୍ରୟ କରୁଥିବା ଗ୍ରାହକମାନେ ନିଜ ନାମ ଗୁପ୍ତ ରଖି ମଦର ସ୍ୱାଦ ଓ ଗୁଣବତ୍ତାରେ ତାଳମେଳ ରହୁ ନ ଥିବା ନେଇ ନକଲି ମଦ ବିକ୍ରୟ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ନାବାଳକମାନେ ମଧ୍ୟ ମଦ କ୍ରୟ କରି ସେବନ କରୁଥିବା ଦେଖାଯାଉଛି। ଯାହା ଏକ ସୁସ୍ଥ ସମାଜ ପାଇଁ ଆଦ୍ୟୋ ଶୁଭଙ୍କର ନୁହଁ। ଅନ୍ୟପକ୍ଷରେ ପ୍ରତ୍ୟେକ ବ୍ରାଣ୍ଡର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ହେଉଛି। ଅବକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଲିଜ ଅଧିକୃତ ମଦ ବେପାରୀ ବୋତଲରେ ଲିପିବଦ୍ଧ ଥିବା ସର୍ବାଧିକ ବିକ୍ରୟ ମୂଲ୍ୟରେ ମଦ ବିକ୍ରୟ କରିବା ସହିତ ପ୍ରତ୍ୟେକ ବିକ୍ରୟରେ ଗ୍ରାହକଙ୍କୁ ନିର୍ଦ୍ଧାରିତ ମୂଲ୍ୟର ଜିଏସଟି ବିଲ ଦେବାର ପ୍ରାବଧାନ ରହିଛି। ଏହା ସହିତ ପ୍ରତ୍ୟେକ ବ୍ରାଣ୍ଡର ସାଇଜ ଅନୁଯାୟୀ ଏହାର ଦର ତାଲିକାକୁ ସାର୍ବଜନୀନ କରିବାକୁ ଯାଇ ଗ୍ରାହକମାନଙ୍କୁ ଦେଖାଯିବା ଭଳି ସ୍ଥାନରେ ଲଗାଇବାକୁ ନିୟମ ରହିଛି। ଏହି ଦୋକାନରେ କାର୍ଯ୍ୟରତ ଥିବା ସମସ୍ତ ଷ୍ଟାଫ ନିର୍ଦ୍ଧାରିତ ଡ୍ରେସ କୋଡ଼ ପରିଧାନ କରିବାର ମଧ୍ୟ ନିୟମ ରହିଛି। ଲିଜ ଅଧିକୃତ ବିକ୍ରେତା କେବଳ ଗ୍ରାହକଙ୍କୁ ସିଧାସଳଖ ବିଭିନ୍ନ ବ୍ରାଣ୍ଡର ବିଭିନ୍ନ ସାଇଜର ମଦ ବିକ୍ରୟ ସମୟରେ ଜିଏସଟି ବିଲ ଦେଇ ବିକ୍ରୟ କରିବାର ପ୍ରାବଧାନ ରହିଥିବାବେଳେ ବିହାରୀ ସେଲସ ମ୍ୟାନ ଔରଫ ବିହାରୀ ଗୁଣ୍ଡାମାନେ ସରକାରୀ ନିୟମାବଳୀକୁ ଖୁଲମ ଖୁଲା ଉଲ୍ଲଂଘନ କରି ଲାଇସେନ୍ସ ପ୍ରାପ୍ତ ଦୋକାନରୁ ସେହି ଅବକାରୀ ନିରୀକ୍ଷକ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳର ପାନ ଦୋକାନ, କୁଚିଆ ବିକ୍ରେତା ତଥା କିରାନା ଦୋକାନମାନଙ୍କୁ ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ବ୍ରାଣ୍ଡର କ୍ବାଟର, ହାଫ ଓ ଫୁଲ ସାଇଜର ଲିକର ଓ ବିୟରରେ ନିର୍ଦ୍ଧାରିତ ଥିବା ସର୍ବାଧିକ ବିକ୍ରୟ ମୂଲ୍ୟ ଠାରୁ ୩୦ ଟଙ୍କାରୁ ୬୦ ଟଙ୍କା ପର୍ଯ୍ୟନ୍ତ ମାତ୍ରାଧିକ ଦରରେ ବିକ୍ରୟ ହେଉଥିବା ଅଭିଯୋଗ ହେଉଛି। ଗ୍ରାହକ ମଦ କିଣିଲା ପରେ ଦୋକାନୀ ବିଲ ଦେବାର ନିୟମ ଥିବାବେଳେ ଗ୍ରାହକ ବିଲ କିମ୍ବା ନିର୍ଦ୍ଧାରିତ ବିକ୍ରିୟ ମୂଲ୍ୟରେ ମଦ ବିକ୍ରି କରିବାକୁ କହିଲେ ବିହାରୀ ଗୁଣ୍ଡାମାନେ ଉତ୍ତେଜିତ ହୋଇ ଗ୍ରାହକଙ୍କୁ ଆଶାଳୀନ ବ୍ୟବହାର ଦେଇ ତଡି ନେଉଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ବ୍ରାଣ୍ଡର ନିର୍ଦ୍ଧାରିତ ଦର ତାଲିକା ଗ୍ରାହକଙ୍କ ଦୃଷ୍ଟି ଗୋଚର ହେବାଭଳି ସ୍ଥାନରେ ଲାଗାଇବା ପରିବର୍ତ୍ତେ ଦର ତାଲିକା କୌଣସି ଦୋକାନରେ ଲଗାଉ ନ ଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଗ୍ରାହକ ବିହାରୀ ଗୁଣ୍ଡାଙ୍କ ପାଇଁ ଯେତିକି ହଇରାଣ ହେଉଛନ୍ତି ସେତିକ ଆର୍ଥିକ ସ୍ତରରେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ଗ୍ରାହକଙ୍କୁ ଜିଏସଟି ବିଲ ନ ଦେବା ଓ ଗ୍ରାମାଞ୍ଚଳ ତଥା ବିଭିନ୍ନ ଜାଗାକୁ ଲକ୍ଷାଧିକ ଟଙ୍କାର ଖୁଚୁରା ଚୋରା ବିକ୍ରେତାଙ୍କୁ ମଦ ଓ ବିୟର ଯୋଗାଇବା ଯୋଗୁଁ ଜିଲ୍ଲାରୁ ରାଜ୍ୟ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଅଭିଯୋଗ ହେଉଛି। ଏହି ବେଆଇନ ମଦ ବ୍ୟବସାୟର ସିଂହ ଭାଗ ବିହାରୀ ସେଲସ ମ୍ୟାନଠୁ ଆରମ୍ଭ କରି ସ୍ଥାନୀୟ କୁଜି ନେତା ଓ ଅବକାରୀ ନିରୀକ୍ଷାକଙ୍କ ମଧ୍ୟରେ ଭାଗବଣ୍ଟା ହେଉଥିବା କଥା ଚର୍ଚ୍ଚା ହେଉଛି। ଏପଟେ ଅବକାରୀ ବିଭାଗର ଅସହାୟତା ଯୋଗୁଁ ବିହାରୀ ଗୁଣ୍ଡାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି ବୋଲି ମତ ପ୍ରକାଶ ପାଉଛି। ବିହାରୀ ମଦ ମାଫିଆମାନେ ଜିଲ୍ଲା ଅବକାରୀ ବିଭାଗକୁ ବେଆଇନ ମଦ ବିକ୍ରୟର କିଛି ଲାଭାଂଶ ଫୋପାଡ଼ି ଅଧିକାରୀମାନଙ୍କୁ ପକେଟରେ ପୁରାଇ ନିଜ କଳାସାମ୍ରାଜ୍ୟ ବିସ୍ତାର କରିଚାଲିଥିବା ବେଳେ ନକଲି ମଦ ଯୋଗୁଁ ନିଶାଡିମାନେ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ଏବିଷୟରେ କୋୖଣସି ଲିଖିତ ଅଭିଯୋଗ ହସ୍ତଗତ ହୋଇନାହିଁ। ଲିଖିତ ଅଭିଯୋଗ ହସ୍ତଗତ ହେଲା ପରେ ଘଟଣାର ଉପଯୁକ୍ତ ତଦନ୍ତ ପରେ ନିଶ୍ଚିତ ଭାବରେ ସମ୍ପୃକ୍ତ ବ୍ୟବସାୟୀ ତଥା ସେଲସ ମ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.