ଧର୍ମଗଡରେ ଜନ୍ସନ ଏଣ୍ଡ ଜନ୍ସନ କୋଟି ପତିର ସପ୍ନ ହେଲା କାଳ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରେ ବିଗତ ଦିନରୁ ଚାଲିଥିବା ଜନ୍ସନ ଜନ୍ସମ ଆଜି ସମସ୍ତଙ୍କ ସାମନାରେ ଚକମା ଦେଇ ଫେରାର ଥିବା ଜଣାପଡିଛି l ସୂଚନା ମତେ ଧର୍ମଗଡ ବ୍ଲକର ଅନେକ ଲୋକ ଓ ଅନ୍ୟ ବ୍ଲକର ଅନେକ ଲୋକ ମାନେ ମଧ୍ୟ ଜନ୍ସନ ଏଣ୍ଡ ଜନ୍ସନରେ ସାମିଲ ହୋଇ ଟଙ୍କା କିଛି ପାଇବା ପାଇଁ ବାନ୍ଧିଥିଲେ l ଏହି ଅଫିସ ମହିଳା କଲେଜ ରାସ୍ତା ଛକ ନିକଟରେ ନେଇଥିଲେ l ଏଥିରେ ହଜାର ହଜାର ଝିଅପୁଅମାନେ ଏବଂ ବିବାହିତ ମହିଳା ମାନେ ଓ ପୁରୁଷ ମାନେ କିଏ ୫ହଜାର କିଏ ୧୦ହଜାର, କିଏ ୧୫ ହଜାର, କିଏ ୨୦ ହଜାର, କିଏ ୨୫ ହଜାର, କିଏ ୧ଲକ୍ଷ, କିଏ ୨ଲକ୍ଷ, କିଏ ୩ଲକ୍ଷ, କିଏ ୫ଲକ୍ଷ, କିଏ ୭ ଲକ୍ଷ ଏମିତି ସେମାନେ ପଇସା ବାନ୍ଧି ଥିଲେ। ଯାହା ରାତିରାତି କୋରଟ ପତି ହେବାର ସପ୍ନ ଥିଲା ସମସ୍ତଙ୍କର, ବର୍ତମାନ ଦୁର୍ଭାଗ୍ୟର ବିଷୟ ସପ୍ନ ଆଜି ଚୁରମାର ହେଇ ଯାଇଛି l ଜନ୍ସନ ଏଣ୍ଡ ଜନ୍ସନ ଯେଉଁ ଆପ ଟି ଅଛି ତାହା ବେଳେବେଳେ ଖୋଲୁଛି ଏବଂ ସେହି ଆପରେ ସେମାନେ ବାନ୍ଧି ଥିବା ପଇସା ଦେଖା ଯାଉନି ଯାହା ଫଳରେ ସମସ୍ତଙ୍କ ମୁଣ୍ଡରେ ଚଡକ ପଡି ଯାଇଛି l ଫଳରେ ଯେଉଁ ରୁମ ଭାଡାରେ ନେଇଥିଲେ ତାହାକୁ ତାଲା ମାରି ଫେରାର ହେଇଛନ୍ତି ବୋଲି ଗ୍ରାହକ ମାନେ ପ୍ରକାଶ କରିଛନ୍ତି l ସେମାନେ କହିବା ଅନୁସାରେ ଯାହାକି କମ୍ପାନୀ ପଟରୁ ଘୋଷଣା ହେଇଥିଲା ୫ ହଜାର ବାନ୍ଧିଲେ ଦଶ ଦିନରେ ଏହାର ପାଞ୍ଚଗୁଣା ବଢ଼ିବ ସେହି ପରି ୫୦ ହଜାର ବାନ୍ଧିଥିଲେ ଦଶ ଦିନରେ ଦଶ ଗୁଣା ଏମିତି ଚେଲେଞ୍ଜ ଥିଲା l ଏହା ଲୋଭରେ ଗ୍ରାହକ ମାନେ ହଜାର ହଜାର ଏବଂ ଲକ୍ଷ ଲକ୍ଷ ମଧ୍ୟ ବାନ୍ଧି ଥିଲେ l ଯାହା କୋଟିପତି  ହେବା ସପ୍ନ ଛାରଖାର ହୋଇଛି l ଏହି ଜନ୍ସନ ଏଣ୍ଡ ଜନ୍ସନ ବିଗତ ଦିନରୁ ଚାଲିଛି ହେଲେ ସମସ୍ତ କହୁଥିଲେ ଏହା ବେଆଇନ ଭାବେ ଚାଲୁଛି ବୋଲି l ଯିଏ ହଜାର ହଜାର ଲୋକଙ୍କୁ ପଇସା ଦେଇ ପାରୁଛି ସେ କେଉଁଠିରୁ ପଇସା ଆଣି ଦେଉଛି ଏହା ପ୍ରଶ୍ନବାଚୀ ଥିଲା l ଗ୍ରାହକ ମାନେ କହିବା ଅନୁସାରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ଅଛି ବୋଲି ପ୍ରକାଶ କରିଛନ୍ତି l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.