ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ; ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଛାନଭିନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମକୁନ୍ଦପୁର ସେବାଶ୍ରମ ଛାତ୍ରୀ ନିବାସ ନିର୍ମାଣ କାମ ନିମ୍ନମାନର କରାଯିବା ସହ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା କାର୍ଯ୍ୟାଳୟ (ଏସସି-ଏସଟି ଉନ୍ନୟନ ବିଭାଗ) ଚିଠି ସଂଖ୍ୟା ୧୧୧୧/୦୫/୦୭ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ। ଏହି ସ୍କୁଲକୁ ଗସ୍ତ ପରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ତଦନ୍ତ ନିର୍ଦ୍ଦେଶ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଚିଠି ପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ ଛାତ୍ରୀ ନିବାସରେ ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏହି କାମରେ ନିୟୋଜିତ ଭୁବନେଶ୍ୱର ଆଇଆରସି ଭିଲେଜ ପ୍ଲଟ ନଂ. ୧/୨୦୭ ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ କନଷ୍ଟ୍ରକ୍ସନ ଲିମିଟେଡ଼ (ଏଚ ଏସ ସି ଏଲ) ନାମକ ଠିକା ସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭- ୧୮ ରେ ସ୍ୱତନ୍ତ୍ର ଆର୍ ଏଲ୍ ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା। ସରକାରଙ୍କ ଏମ୍ଓୟୁ ଅନୁଯାୟୀ ଏହାର ବ୍ୟୟ ଅଟକଳ ୮୦ ଲକ୍ଷ ରହିଥିଲା। ନିର୍ମାଣ ଶେଷ ପରେ ଗତ ୦୬/୧୧/୨୦୨୦ ରେ ସଂସ୍ଥାର ସାଇଟ ଇଞ୍ଜିନିୟର ସୌରଭ ଦେ ଉକ୍ତ ଛାତ୍ରୀ ନିବାସକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କରିଥିଲେ। ଏଥିରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ତେଣୁ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ଚିଠି ଲେଖିଥିଲେ। ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆତ୍ମସାତ ହୋଇଥିବା ଅର୍ଥ ଅସୁଲ କରିବା ପାଇଁ ସେ ଅନୁରୋଧ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଗତ ୪ ତାରିଖ ଦିନ ଦିନ ୫-ଟିସଚିବ ଭିକେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲାକୁ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ମକୁନ୍ଦପୁର ଆଶ୍ରମ ସ୍କୁଲ ପରିଦର୍ଶନ କରି ଅନୁସୂଚିତ ଜାତି ବର୍ଗର ବାଳିକାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ସେ ସେଠାରେ ନିର୍ମିତ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ସେଠାରେ ଲାଗିଥିବା ଝରକା, କବାଟ ଗୁଡିକ ଅତ୍ୟନ୍ତ ନିମ୍ନମାନର ବୋଲି ହୃଦୟଙ୍ଗମ କରି ଛାତ୍ରୀନିବାସ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ବିଭାଗର ବୈଷୟିକ ଟିମ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.