ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ପଞ୍ଚାୟତର ବିରିମୁହାଣ ଛକରୁ କୁଟ୍ରୁ ଗ୍ରାମକୁ ସଂଯୋଗ କରୁଥିବା ରକଟା ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯାହା ଫଳରେ ଯାତାୟତରେ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଜାଣିବା ପରେ ଗୁରୁବାର ଗର୍ତ୍ତକୁ କଂକ୍ରିଟ ପକାଇ ମରାମତି କରାଇଛନ୍ତି। ଅନେକ ଦିନ ଧରି ଏହି ରାସ୍ତାର ରକଟାରେ ଗର୍ତ୍ତ ସୃଷ୍ଟି ହୋଇ ରହିଥିଲା। ଫଳରେ ବାଇକ କିମ୍ବା ଚାରିଚକିଆ ଯାନ ଓ ଆମ୍ବୁଲାନ୍ସ ଯିବାରେ ଘୋର ଅସୁବିଧା ହେଉଥିଲା। ଏମିତି କି ଲୋକେ ପିଡିଏସ୍ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନକୁ ଯିବା ଆସିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ। ଆଜି ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ରହି ଏହି ଗର୍ତ୍ତକୁ ମରାମତି କରାଇବା ପରେ ତାଙ୍କୁ ଅଞ୍ଚଳବାସୀ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏବେ ଯାତାୟତ ସ୍ୱାଭାବିକ ହୋଇଥିବା ଜଣାପଡିଛି।