ବାୟୋ ଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କାର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟର ସହାୟତାରେ ରଂଗାପଦର ସ୍ଥିତ ତାଲିମ କେନ୍ଦ୍ରରେ ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କାର୍ମଶାଳା ଆୟୋଜିତ ହୋଇଯାଇଛି। ଜମିରେ କମ ପରିମାଣରେ ରାସାୟନିକ ସାରର ବ୍ୟବହାର ଓ ବୟୋଚର ଜୈବିକ ଖତର ପ୍ରୟୋଗ କରି ଜମିକୁ ଅଧିକ ଅମଳ କ୍ଷମ କରିବା ସହିତ ମାଟିକୁ ସୁସ୍ଥ ରଖିବା ପାଇଁ ଏକ ଉତ୍କୃଷ୍ଟ ଉପାୟ। ଏହା ମାଟିରେ ଜଳଧାରଣ ଶକ୍ତିକୁ ମଧ୍ୟ ବଢାଇଥାଏ। ଏହି କାର୍ମଶାଳାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା; ୱାସାନ, ଦ ହ୍ୟୁମାନ ଡେଭଲପ ମେଣ୍ଟ, ଜନ ସାହାଯ୍ୟ, କାରାଡ଼ା ତଥା ରିଣ୍ଡୋ ମାଝୀ ସେବା ଉତ୍ପାଦକ ସଂଘ ଉର୍ଲଦାନି, ମାଣିକେଶ୍ୱରୀ ଉତ୍ପାଦକ କମ୍ପାନୀ, ବାଲିପଡ଼ର କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀ ସହିତ ଉର୍ଲା ଦାନୀ ଗ୍ରାମ ପଂଚାୟତର ଆଗ୍ରହୀ ଚାଷୀ ମିଶି ଏପରି ମୋଟ ୭୬ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ତାଲିମଦାତା ଭାବରେ ମୁରୁଗପା ଚେଟି ଆର ରିସର୍ଚ୍ଚ ସେଣ୍ଟରର ଜେମ୍ସ ରାଜା ନାରାୟଣ, ସିଏସ ଜାଭିଆର ଯୄଦୟ ମେରୀ ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ଭାବରେ ୱାସନର ଜିତେନ୍ଦ୍ର ନାୟକ, ମ.ରାମପୁର ବ୍ଲକର ବ୍ଲକ ଟେକନିକାଲ ମେନେଜର ଧର୍ମସିଂ ଯୋଗ ଦେଇଥିଲେ। ସେବାଜଗତ ଅନୁଷ୍ଠାନର ରୋଶନାରା ମହାନ୍ତି ଓ ସତ୍ୟନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.