ଗଞ୍ଜେଇ ଜବତ ସହ ଗାଡି ଜବତ, ୩ ଅନ୍ତରାଜ୍ୟ ମାଫିଆଙ୍କୁ ଗିରଫ କଲା ଅବକାରୀ ବିଭାଗ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଅବକାରୀ ବିଭାଗ ପୁଣି ଏକ ଗଞ୍ଜେଇ ବୋଝେଇ ଗାଡି ସହିତ ତିନି ଜଣ ଗଞ୍ଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି। ଆଜି ଭୋରରୁ ବୌଦ୍ଧ ଜିଲ୍ଲାର ଶଗଡା ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ମହିନ୍ଦ୍ରା ଗାଡି ସୁବର୍ଣ୍ଣପୁର ସହର ପାର ହୋଇ ବିନିକା ରାସ୍ତାରେ ଯାଉଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ ଗାଡି ଉପରେ ଚଢାଉ କରିଥିଲେ। ଗାଡିଟି ବାହାର ପ୍ରଦେଶ ନମ୍ବର ଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ସନ୍ଦେହ କରି ଗାଡିଟିକୁ ଅଟକାଇଥିଲେ। ଗାଡି ତଲାସୀ କରିବାରେ ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିବା ବେଳେ ଦୁଇଟି ଜରି ବସ୍ତାରେ ୩୦ କେଜି ଗଞ୍ଜେଇ ଚୋରା ଚାଲାଣ କରି ନେଉଥିବା ଜଣା ପଡିଥିଲା। ତେବେ ଅବକାରୀ କର୍ମଚାରୀମାନେ ଗଞ୍ଜେଇ ବୋଝେଇ ଗାଡି ସହିତ ତିନି ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ ସନି କୁମାର, ମୁକେଶ କୁମାର ଦୁଇ ଜଣ ବେପାରୀ ବିହାର ପ୍ରଦେଶର ହୋଇଥିବା ବେଳେ ଗିରଫ ଅନ୍ୟଜଣେ ଅଭିଯୁକ୍ତ ଅନିଲ ପାଣ୍ଡେ ଝାରଖଣ୍ଡ ପ୍ରଦେଶର ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.