ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୧ତମ ଓ ଶିକ୍ଷାର୍ଥୀ ନିବାସର ୩୪ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଲିତ ହୋଇଯାଇଛି।ପ୍ରାତଃ ସମୟରେ ଶ୍ରୀ ଅରବିନ୍ଦ ଦେହାନ୍ସ କ୍ଷେତ୍ର ଠାରେ ଅଭିନିବେଶ ତଥା ସାମୂହିକ ଧ୍ୟାନ ହୋଇଥିଲା। ଅନୁଷ୍ଠାନର ସଭାପତି ଚକ୍ରପାଣି ସ୍ୱାଇଁ ଶ୍ରୀ ଅରବିନ୍ଦ ଙ୍କ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି ପ୍ରାଥମିକ ଅଭିଭାଷଣ ରଖି । ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେମତରାମ ଗାନ, ମାର୍ଚ୍ଚ ପାଷ୍ଟ ଓ ଶାରୀରିକ କୌଶଳ ପଦର୍ଶନ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ରାମ ମୋହନ ପଣ୍ଡା ସଂଯୋଜନା କରି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ ଦୋରା ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ଯୋଗ ଶିକ୍ଷାରେ ଛାତ୍ର ଛାତ୍ରୀଙ୍କ ଭୂମିକା ଉପରେ ଅଭିଭାଷଣ ରଖିଥିଲେ । ଶିକ୍ଷା କେନ୍ଦ୍ରର ଦୁଇଜଣ ଛାତ୍ରଙ୍କ ଦ୍ଵାରା ଶ୍ରୀ ଅରବିନ୍ଦଙ୍କ ୫ ଟି ସ୍ବପ୍ନ ଓ ସେଥିରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ବକ୍ତୃତା ରଖାଯାଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ମହାରଣା ଦିର୍ଘ ୪୦ ବର୍ଷ ଧରି ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ଶିକ୍ଷା ଶୈଳୀ ରେ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପ୍ରଦାନ କରିଆସୁଛି ସେ ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ। ନୂତନ ଶିକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରାଯିବା ସହିତ ଚଳିତ ମାଟ୍ରିକ ପରୀକ୍ଷାରେ A-1ରେ ସ୍ଥାନ ହସଲ କରିଥିବା ୨ ଜଣ ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉପଢୌକନ ସହ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମାତୃ ମାନଙ୍କ ମଧ୍ୟରେ ଏକ କୌତୁକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଅମୂଲ୍ୟ କୁମାର ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କର୍ଥିଲେ l କାର୍ଯ୍ୟକ୍ରମ ରେ ଶିକ୍ଷା କେନ୍ଦ୍ରର ଭାଇ ପ୍ରଦୀପ କୁମାର ପାଣିଗ୍ରାହୀ, କରୁଣା କୁମାର ପଟ୍ଟନାୟକ ସନ୍ତୋଷ କୁମାର ସାହୁ , ଅରୁଣ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦଣ୍ଡ ପାଣି ପାତ୍ର ଓ ବିଜୟ ଲଷ୍ମୀ ମହାରଣା ଛାତ୍ର ଛାତ୍ରୀଙ୍କୁ ଶ୍ରୀ ଅରବିନ୍ଦ ଙ୍କ ଫୋଟ ବ୍ଲେସିଂ ପ୍ରଦାନ କରିଥିଲେ। ଶିକ୍ଷା କେନ୍ଦ୍ରର ସମସ୍ତ ଅପା ଭାଇ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଛାତ୍ରାବାସ ଛାତ୍ର ଛାତ୍ରୀଙ୍କ ଦ୍ଵାରା  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.