ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବନଖଣ୍ଡ ପକ୍ଷରୁ ଆଜି ବୁଧବାର ଦିନ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା ୨୦୨୨-୨୩ ବନଖଣ୍ଡ ଅଧିକାରୀ ଶ୍ରୀ ମଦନଲାଳ ଶର୍ମାଙ୍କ ଅଧ୍ଯକ୍ଷତାରର ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ବିମରଳନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାରବ OFSDP ପ୍ରକଳ୍ପ ପରିଚାଳନା ସଂସ୍ଥା ଭୁବନେଶ୍ବରରୁ ଉପ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ବରିହା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରରଶ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାରରଞ୍ଜନ କହଁର ଯୁଗ୍ମ ବନ ପରିଚାଳନା ମାଧ୍ୟମରେ ବନ ସୁରକ୍ଷା ସମିତି ସହ ଭାଗିତାରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଥିଲେ । ପ୍ରକଳ୍ପ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରତିପାଦନ କରିବାକୁ ଯାଇ ବନଖଣ୍ଡ ଅଧିକାରୀ ଜଙ୍ଗଲ ଅଭିବୃଦ୍ଧି ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ଜୀବନ ଜୀବିକା ଓ ଆର୍ଥିକ ବିକାଶ ବୋଲି ଅଭିହିତ କରିଥିଲେ । ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ଧରୁଆ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟ ମାଧ୍ଯମରର ସୋନପୁର, ଉଲୁଣ୍ଡା ଓ ବିନିକା ବନାଞ୍ଚଳ ଅଧୀନରେ ଥିବା ମୋଟ ୮୪ଟି ବନ ସୁରକ୍ଷା ସମିତିର ସମ୍ପାଦନ କରା ଯାଇଥିବା ବିଭିନ୍ନ ଜଙ୍ଗଲ ଉନ୍ନୟନ କାର୍ଯ୍ୟକ୍ରମ ସହ ଆବର୍ତ୍ତନ ପାଣ୍ଠି ସହାୟତାରେ ଅତି ଗରିବ ପରିବାର ମାନଙ୍କ ଦ୍ଵାରା ନିଆଯାଇଥିବା ବିଭିନ୍ନ ଆୟବୃଦ୍ଧି କାର୍ଯ୍ୟକ୍ରମ ଓ ଖର୍ଚ୍ଚ ଅଟକଳ ଉପସ୍ଥାପନ କରିଥିଲେ । ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉପ ନିର୍ଦେଶକ, କୃଷି ବିଭାଗ ଅଧିକାରୀ, ସହ ଉଦ୍ୟାନ କୃଷି ଅଧିକାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ, ଲିଡ ବ୍ୟାଙ୍କ ଅଧିକାରୀ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ନିର୍ଦେଶକ ଆଦି ଯୋଗଦାନ କରି ନିଜ ନିଜ ବିଭାଗର ଯୋଜନା ବିଷୟରେ ଜଣାଇବା ସହ ଏକାଭିମୁଖିକରଣ ମାଧ୍ଯମରେ ଗ୍ରାମୀଣ ବିକାଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ବନ ସୁରକ୍ଷା ସମିତି ମାଧ୍ଯମରେ ଉତ୍ପାଦିତ ଜଙ୍ଗଲଜାତ ଦ୍ରବ୍ୟ ସହ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନି ଅନୁଷ୍ଠିତ ହୋଇଥିଲା । ଏହି ବିଷୟ ବସ୍ତୁ ବିଶେଷଜ୍ଞ ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବନମାଳୀ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ସୌଭାଗ୍ୟ ରଞ୍ଜନ ସ୍ଵାଇଁ, ଅମିତ କୁମାର ମହାପାତ୍ର, ରାହୁଲ ଗୁପ୍ତା ଓ ଅନ୍ୟାନ ପ୍ରକଳ୍ପ କର୍ମକର୍ତ୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସହକାରୀ ବନ ସଂରକ୍ଷକ ଶ୍ରୀ ଅବିନାଶ ବରିହା, ଉଲୁଣ୍ଡା, ବିନିକା ଓ ସୋନପୁରର ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ, ଓଏଫଏସଡ଼ିପି କାର୍ଯ୍ୟକର୍ତ୍ତା, ବିଭିନ୍ନ ବନ ସୁରକ୍ଷା ସମିତିର ନେତୃତ୍ବ ମଣ୍ଡଳୀ, ସ୍ଵୟଂ ସହାୟକ ଦଳ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।






