ପଣ୍ୟବାହୀ ଜାହାଜରେ ଲାଗିଲା ନିଆଁ; ଜଣେ ଭାରତୀୟ ମୃତ, ୨୦ ଗୁରୁତର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଉତ୍ତର ସାଗରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ଲାଗିଲା ନିଆଁ। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଜଣେ ଭାରତୀୟ କୃ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହଠାତ୍ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା। ତରବରିଆ ଭାବେ ୨୩ ଜଣ କୃ ମେମ୍ବରଙ୍କୁ ଜାହାଜରୁ ବାହାର କରାଯାଇଥିଲା। ତେବେ କୃ ସଦସ୍ୟଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ କାର୍ଗୋ ଜାହାଜରେ ଭର୍ତ୍ତି ହୋଇଥିବା ପ୍ରାୟ ୩୦୦୦ କାର ଜଳିପୋଡି ପାଉଁଶ ହୋଇଯାଇଛି। ରିପୋର୍ଟ ଅନୁଯାୟୀ ଉଦ୍ଧାର କାର୍ଯ୍ୟ ପାଇଁ ଲାଇଫ ଡଙ୍ଗା ଏବଂ ହେଲିକପ୍ଟର ବ୍ୟବହାର କରାଯାଇଥିଲା। ରଏଟର୍ସ ନେଦରଲ୍ୟାଣ୍ଡ କୋଷ୍ଟଗାର୍ଡର ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଲିଭାଇବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା। ନିଆଁ ଲାଗିବା ପରେ ଜାହାଜରେ ଥିବା ଲୋକମାନେ ସମୁଦ୍ରକୁ ଡେଇଁପଡିଥିଲେ। ଯେଉଁଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ନେଦରଲ୍ୟାଣ୍ଡର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛନ୍ତି।କୋଷ୍ଟଗାର୍ଡ ମୁଖପାତ୍ର ଲି ଭର୍ଷ୍ଟେଗ କହିଛନ୍ତି ଯେ ଜାହାଜଟି ୱାଡେନ୍ ସାଗରରେ ଥିବା ପର୍ତ୍ତୁଗୀଜ୍ ଏବଂ ଜର୍ମାନ ଦ୍ୱୀପପୁଞ୍ଜ ନିକଟରେ ଥିଲା। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ ଦୂତାବାସ। ଦୂତାବାସ ଅବଶିଷ୍ଟ ୨୦ ଆହତ କୃ ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି, ଯେଉଁମାନେ କି ନିରାପଦରେ ଅଛନ୍ତି ଏବଂ ଡାକ୍ତରୀ ଚିକିତ୍ସା ନେଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି କି ଏହି ନିଆଁ କିଛିଦିନ ଧରି ଜଳିବ। ଏହାକୁ ଲିଭାଇବାକୁ ପ୍ରୟାସ ଆରମ୍ଭ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.