କୃଷି ଓ କୃଷକ କଲ୍ୟାଣ ପାଇଁ ପିଏମ କିଷାନ ଯୋଜନା: ଉତ୍ସାହିତ ହେଲେ ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ବହିଷ୍କରଣକୁ ବାଦ ଦେଇ ଦେଶର ସମସ୍ତ ଚାଷ ନିମନ୍ତେ ଯୋଗ୍ୟ ଜମିଧାରକ କୃଷକ ପରିବାରକୁ ଆୟ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖା ଯାଇଛି। ଏହି ଯୋଜନା ଅଧୀନରେ, ପ୍ରତି ବର୍ଷ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ କରି ତିନୋଟି କିସ୍ତିରେ ୬୦୦୦ ଟଙ୍କା ସିଧାସଳଖ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରା ଯାଇଥାଏ। ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୪ତମ କିସ୍ତି ପ୍ରଦାନ କରାଯାଉଥିବା ବେଳେ କଳାହାଣ୍ଡି ବିଜେପି ଜିଲ୍ଲା ପ୍ରତିନିଧି ଭଜମନ ନାଏକଙ୍କ ତତ୍ୱାବଧାନରେ ଆମପାଣି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟଠାରେ ଏହି ଯୋଜନାର ହିତାଧିକାରୀ ଓ ଆମପାଣି ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ଯୋଜନା ଦ୍ୱାରା ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ, କୃଷକ ମାନଙ୍କ ପାଇଁ ଋଣ ସୀମିତତାକୁ ହ୍ରାସ କରିଛି ଏବଂ କୃଷି କ୍ଷେତ୍ରରେ ନିବେଶକୁ ଅଧିକ କରିଛି ବୋଲି ଜିଲ୍ଲା ପ୍ରତିନିଧି ଶ୍ରୀ ନାଏକ ଲୋକଙ୍କୁ ବୁଝାଇ ଇ କେ୍ୱାଇସି ଓ ନୂତନ ହିତାଧିକାରୀ ମାନେ ଯୋଡି ହୁଅନ୍ତୁ ବୋଲି କହିଥିଲେ। ସିଧାପ୍ରସାରଣ ସମୟରେ ଆମପାଣି ପେକ୍ସ ସମ୍ପାଦକ ବିକାଶ ପଣ୍ଡା, ଡିଇଓ ହେମନ୍ତ ହଂସ, ମଣ୍ଡଳ ସଭାପତି ଅର୍ଜୁନ ଭାଟି ସାଧାରଣ ସମ୍ପାଦକ ମଧୁବନ ପାତ୍ର, ବିସିକେଶନ ନାଏକ ସମେତ ଅନେକ ଚାଷୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.