କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଉପନିର୍ବାଚନ; ଇନ୍ଦୁମତୀ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତି ଲିଃର ସଭାପତି ପଦବୀ ପାଇଁ ଆଜି ଅନୁଷ୍ଠିତ ଉପନିର୍ବାଚନରେ ଇନ୍ଦୁମତୀ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ପ୍ରାଥମିକ କୃଷି ସମବାୟ ସମିତିର ୧୫ ଜଣ ନିର୍ଦେଶକ/ନିର୍ଦେଶୀକାଙ୍କ ମଧ୍ୟରୁ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ସତ୍ୟମ ରଣା, ରଥ ରଣା, ଭରତ ଚନ୍ଦ୍ର ବେହେରା, କ୍ଷମରାଜ ସାହୁ, ଆନନ୍ଦ ସାହୁ, କବିରାଜ ସାହୁ, ସୁକୃ ରଣା, ରାଜୀବ ସାହୁ, ଟିକ ବାଗ ପ୍ରମୁଖଙ୍କ ସମର୍ଥନରେ କର୍ଲାମୁଣ୍ଡା ବସ୍ତିର ନିର୍ଦେଶୀକା ଇନ୍ଦୁମତି ଭୋଇ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାଥିନି ଭାବେ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ୱଦନ୍ଦରେ ବିଜୟ ଲାଭ କରିଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସମବାୟ ସମିତିର ସଭାପତି ସ୍ବର୍ଗତ ଗୋବର୍ଦ୍ଧନ ଭୋଇଙ୍କ ବିୟୋଗ ପରେ ଏହି ପଦବୀ ଖାଲି ରହିଥିଲା। ତାଙ୍କ ସ୍ଥାନରେ ତାଙ୍କ ବୋହୁ ଆଜି ସଭାପତି ପଦବୀ ମଣ୍ଡନ କରିଛନ୍ତି l ଏହି ଅବସରରେ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ନିର୍ବାଚନ ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୧୬/୮/୨୦୨୩ ଅନୁସାରେ ନିର୍ବାଚନ ଅଧିକାରୀ ଭାବେ ସୁଶୀଲସାହୁ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିଥିବାବେଳେ ପ୍ରାଥମିକ କୃଷି ସମବାୟ ସମିତି ଲିଃର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁ, ଡିଇଓ ଅଚିନ ଅନୁଭବ ଷଡ଼ଙ୍ଗୀ, ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ, ଚାଷୀ ନେତା ସ୍ୱାଗତ ଭୋଇ, ସୁବାଷ ଚନ୍ଦ୍ର ଭୋଇ, ଅର୍ଜୁନ ସାହୁ, ରାତ୍ର ସାହୁ, ଜଳନ୍ଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.