ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ହିମନ୍ତ ଏବଂ ପ୍ରିୟଙ୍କାଙ୍କୁ ନୋଟିସ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ବାଚନ ପ୍ରଚାର ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ନିର୍ବାଚନ କମିସନ ନୋଟିସ୍ ଜାରି କରିଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ନେତାଙ୍କୁ ନୋଟିସର ଉତ୍ତର ଦେବାକୁ ଇସି କହିଛନ୍ତି। ନଚେତ୍ ସେମାନେ କିଛି କହିବାର ନାହିଁ ବୋଲି ଅନୁମାନ କରିବେ ଏବଂ ପୁଣି ଥରେ ସେମାନଙ୍କ ସହ ଯୋଗାଯୋଗ ନକରି ‘ଉଚିତ କାର୍ଯ୍ଯାନୁଷ୍ଠାନ’ ନେବେ ବୋଲି ଇସି ଚେତାବନୀ ଦେଇଛନ୍ତି। କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛି ଯେ ହିମନ୍ତ ଶର୍ମା ଅକ୍ଟୋବର ୧୮ରେ ଛତିଶଗଡ଼ରେ ଏକ ନିର୍ବାଚନ ପ୍ରଚାର ଭାଷଣରେ ଛତିଶଗଡ଼ର ଏକମାତ୍ର ମୁସଲମାନ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ଟାର୍ଗେଟ କରିଥିଲେ। ରାଜସ୍ଥାନ ବିଜେପି ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଥ୍ୟା ବୟାନ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯାଇଥିବା ନୋଟିସରେ ଇସି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଧାର୍ମିକ ଭକ୍ତିକୁ ଆହ୍ୱାନ କରିଛନ୍ତି ପ୍ରିୟଙ୍କା ଏବଂ ଜଣେ ବ୍ୟକ୍ତି ଏବଂ ଦେବତାଙ୍କ ମଧ୍ୟରେ ସମ୍ପର୍କ ସାର୍ବଜନୀନ ଯାଞ୍ଚର ବିଷୟ ହୋଇପାରିବ ନାହିଁ। ଆସନ୍ତା ମାସରେ ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.