ଛତିଶଗଡ ନିର୍ବାଚନରେ ରହିବ ଓଡ଼ିଆ ଭୋଟରଙ୍କ ପ୍ରଭାବ

ପେସେ ସେ ପସିନେ କି ଲଢ଼ାଇ ହେ -ଉତ୍ତର ରାୟପୁର ନିର୍ଦଳୀୟ ପ୍ରାର୍ଥୀ ସଞ୍ଜୟ ନାଗ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଛତିଶଗଡରେ ବର୍ତ୍ତମାନ ଖୁବ ଜୋରଦାର ଭାବେ ନିର୍ବାଚନ ପ୍ରଚାର ଚାଲିଛି |୯୦ଟି ବିଧାନସଭା ଆସନ ପାଇଁ ଛତିଶଗଡରେ ଚଳିତ ମାସ ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ୧୭ ତାରିଖରେ ମଧ୍ୟ ଭୋଟ ଗ୍ରହଣ ହେବ | ଏହାର ଫଳାଫଳ ଆସନ୍ତା ଡିସେମ୍ବର ୩ ତାରିଖ ରେ ପ୍ରକାଶ ହେବ | ତେବେ ଦୁଇ ରାଷ୍ଟ୍ରୀୟ ଦଳ, କିଛି ରାଜ୍ୟ ସ୍ତରୀୟ ଦଳ ଓ ନିର୍ଦଳୀୟ ପ୍ରାର୍ଥୀ ନିଜର ନିଜର ରାଜନୈତିକ ମଇଦାନ ଭୋଟ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି | ଛତିଶଗଡ଼ ଶିବସେନାର ରାଜ୍ୟ ସମ୍ପାଦକ ଉତ୍ତର ରାୟପୁରରୁ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ଓଲ୍ହାଇଛନ୍ତି | ଦୁଇଟି ରାଷ୍ଟ୍ରୀୟ ଦଳ ର ପ୍ରାର୍ଥୀ ନିଜ ନିଜ ମଧ୍ୟ ରେ ଲଢ଼ୁଛନ୍ତି, ତାଙ୍କୁ ଜନତା ର ଅସୁବିଧା ଓ ଅଂଚଳର ବିକାଶ ରେ କୌଣସି ପ୍ରକାର ରୁଚି ନାହିଁ ଏବଂ ଏହାର ଲାଭ ମୁଁ ଉଠାଇବି ଓ ନିଶ୍ଚିତ ଭାବେ ଜନ ସାଧାରଣ ଙ୍କ ଆଶୀର୍ବାଦ ମୋ ଉପରେ ରହିବ ବୋଲି ମୋର ବିଶ୍ୱାସ | ଏହା ସହିତ ବିଜୟୀ ହେବା ପରେ ସର୍ବ ପ୍ରଥମେ ସେଠାରେ ରହୁ ଥିବା ଓଡ଼ିଆ ଭାଇଙ୍କ ସମସ୍ୟାର ସମାଧାନ କରିବେ ବୋଲି ଉତ୍ତର ରାୟପୁର ବିଧାନସଭା ପ୍ରାର୍ଥୀ ସଞ୍ଜୟ ନାଗ ସୂଚନା ପ୍ରଦାନ କରିଛନ୍ତ | ସିଧା ସଳଖ “ପେସେ କି ପସିନେ ସେ ଲଢାଇ” ହେବ ଏବଂ ଜାଗୃତ ଜନତା ପରିଶ୍ରମୀ ପ୍ରାର୍ଥୀକୁ ଭୋଟ ଦେବ ବୋଲି ଶ୍ରୀ ନାଗ କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.