ନେତାଜୀ ଜୟନ୍ତି ଓ ୩୪ତମ ବାର୍ଷିକ ଉତ୍ସବ ପାଳିଲେ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ

ନିଜ ଦାମ୍ଭିକତାରେ ବ୍ରିଟିଶ ଶାସନକୁ ଦୋହଲାଇ ଦେଇଥିଲେ ନେତାଜୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ଏବଂ ଜଣେ ଅବିସ୍ମରଣୀୟ ଯୋଦ୍ଧା ଭାବେ ଏ ଜାତିର ଚିର ନମସ୍ୟ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତି ଓ ୩୪ତମ ବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କରିଛି ରାୟଗଡାର କଳା ଅନୁଷ୍ଠାନ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ । ରାୟଗଡା ସହରର ନେତାଜୀ ମାର୍ଗରେ ଥିବା ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ ଲାଇବ୍ରେରୀ ଠାରେ ଅନୁଷ୍ଠିତ ନେତାଜୀ ଜୟନ୍ତି ଓ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପଧୂପ ଦେଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା,ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା,‌ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ବ୍ରଜସୁନ୍ଦର ନାୟକ, କବି ସୁଶାନ୍ତ ନାୟକ, ବିଜେଡି ବରିଷ୍ଠ ମହିଳା ନେତ୍ରୀ ସୁଜାତା ପାଳ, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଶ୍ରୀ ରାଓ ଦେଶକୁ ସ୍ୱାଧୀନତା ଆଣିବାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ବଳିଷ୍ଠ ପଦକ୍ଷେପ ଆଜି ବି ଯୁବପିଢୀଙ୍କୁ ଦେଶଭକ୍ତି ପାଇଁ ଆହ୍ୱାନ କରୁଛି । ତେଣୁ ନେତାଜୀଙ୍କ ନୀତି ଓ ଆଦର୍ଶକୁ ଅନୁପ୍ରାଣିତ ହୋଇ ସମସ୍ତେ ଦେଶ ପାଇଁ ନିଜର ଶ୍ରେଷ୍ଠ ପ୍ରଦାନ କରିବା ଆବଶ୍ୟକ ବୋଲି ପ୍ରକାଶ କରିବା ସହ ୩୪ବର୍ଷ ଧରି ଆଜାଦ୍ ହିନ୍ଦ ଆସୋସିଏସନ ସହ ବ୍ୟକ୍ତିଗତ ଭାବେ ଜଡିତ ହୋଇ ରହିଛି । ୩୪ବର୍ଷ ପଦାର୍ପଣରେ ଆସୋସିଏସନ ସାଂସ୍କୃତିକ କଳାରେ ନିଖୁଣ ଥିବା ଅନେକ କଳାକାରଙ୍କୁ ସୁଯୋଗ ଦେଇପାରିଥିବା ବେଳେ ଇ-ପାଠାଗାର ରାୟଗଡା ପାଇଁ ଏକ ଉଦାହରଣ ପାଲଟିଥିବା ଶ୍ରୀ ରାଓ ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଶ୍ରୀ ମହାନ୍ତି ନେତାଜୀଙ୍କ ୧୨୭ତମ ଜନ୍ମ ଜୟନ୍ତିରେ ଦେଶ ପରାକ୍ରମ ଦିବସ ପାଳୁଥିବା ସେ ପ୍ରକାଶ କରିଥିଲେ । ୧୮୯୬ ଜାନୁଆରୀ ୨୩ତାରିଖରେ ନେତାଜୀ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ । ସୁବାଷ ବ୍ରିଟିଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ । ସୁବାଷଙ୍କ କାଳଜାଇ ଉଦଘୋଷଣା ‘ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି’ଆଜି ବି କୋଟି କୋଟି ଭାରତୀୟଙ୍କ ମନରେ ଉଦଜୀବିତ ହୋଇ ରହିଥିବା ଏବଂ ନେତାଜୀ ଓ ଗାନ୍ଧୀଜୀଙ୍କ ଚିନ୍ତାଧାରା ବିଷୟରେ ଶ୍ରୀ ମହାନ୍ତି ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଓଡିଶା ରାଜ୍ୟ ସୈନିକ ବିଦ୍ୟାଳୟ,ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର,ଆରଏସଇଡବ୍ଳ୍ୟୁସି ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

ଆଜାଦ୍ ହିନ୍ଦ ଆସୋସିଏସନର ସାଧାରଣ ସଂପାଦକ ବିନାୟକ କର ମଂଚ ପରିଚାଳନା କରିଥିବା ବେଳେ ଅପରାହ୍ନ ୩ଟା ସମୟରେ ସ୍ୱତନ୍ତ୍ର କବିତା ଅଧିବେସନ ‘ପୁନରୁକ୍ତି’ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ଉପଜିଲ୍ଳାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ ଶୁଭାରମ୍ଭ କରିବେ ଏବଂ ସଂଧ୍ୟାରେ ଗୀତ ଗୁଂଜନ ଏବଂ ମ୍ୟୁଜିକ୍ ଗାଲେକ୍ସି ଅର୍କେଷ୍ଟା ପରିବେଷଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଆଜାଦ୍ ହିନ୍ଦ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ରେଡ୍ଡି, ଉପସଭାପତି ନୀଳମଣି ପାଟ୍ଟଯୋଶୀ, କୋଷାଧ୍ୟକ୍ଷ ମିହିର କୁମାର ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳାନରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.