ବିଜେଡିର ପରାଜୟକୁ ନେଇ ପ୍ରଦୀପ ମାଝୀଙ୍କ ବିସ୍ଫୋରକ ବୟାନ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଖରାପ ପ୍ରଦର୍ଶନ କରିଛି। ଲୋକସଭାରେ ବିଜେଡ଼ି ଗୋଟିଏ ମଧ୍ୟ ଆସନ ମିଳିନଥିବାବେଳେ ମାତ୍ର ୫୧ ଦଳିୟ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏଥର ବହୁମତ ସହ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ ପ୍ରଦୀପ କୁମାର ମାଝି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନ ଥିଲା। ଆମେ ଡିଫେନ୍ସିଭ ହୋଇ ନିର୍ବାଚନ ଲଢ଼ିଲୁ। ନବୀନଙ୍କୁ କାଉଣ୍ଟର କଲାଭଳି ଭାଜପା ପାଖରେ କୌଣସି ନ୍ୟାରେଟିଭ୍‌ ନାହିଁ। ବିଗତ ନିର୍ବାଚନରେ ନବୀନଙ୍କୁ କାଉଣ୍ଟର କରି ଭାଜପା ବିଫଳ ହୋଇଥିଲା। ଏଥର ଟାର୍ଗେଟ ଖୋଜି ସଫଳ ହେଲା। ସେହିପରି ପ୍ରଦୀପ କହିଛନ୍ତି, ମାଗଣା ବିଜୁଳି ଘୋଷଣା ବହୁ ବିଳମ୍ବ ହୋଇଯାଇଥିଲା। ଛତିଶଗଡ଼ ପ୍ରଭାବ ପଡ଼ିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଯଦି ପଦକ୍ଷେପ ନିଆଯାଇଥାନ୍ତା ସୀମାନ୍ତ ଅଞ୍ଚଳରେ ପ୍ରଭାବ ପଡ଼ିଥାନ୍ତା। ଅନ୍ୟପକ୍ଷରେ ୨୦୦୯, ୨୦୧୪, ୨୦୧୯ରେ କେନ୍ଦ୍ର ଅବହେଳା, ମହାନଦୀ ପ୍ରସଙ୍ଗ ଉଠାଇ ଆମେ ସଫଳ ହୋଇଥିଲୁ। ଏଥର ନିର୍ବାଚନରେ ସେଭଳି କିଛି କରିପାରିଲୁନାହିଁ ବୋଲି ପ୍ରଦୀପ ସ୍ବୀକାର କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.