ଜାତୀୟ ସ୍ତରୀୟ ପିସ୍ତଲ ଚାଳନାରେ ଖେଳିବା ପାଇଁ ମନୋନୀତ ହେଲେ କଳାହାଣ୍ଡିର ସୁନା ଝିଅ ବିଦୁସ୍ମିତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର କୁନି ଝିଅ ବିଦୁସ୍ମିତା ସାହୁ ପିସ୍ତଲ ଚାଳନାରେ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଇକୋଲ୍ ଗ୍ଲୋବାଲ୍ ଗାର୍ଲ୍ସ ଇଣ୍ଟର ନେସନାଲ ସ୍କୁଲ ଡେରାଡୁନ୍ ର ସପ୍ତମ ଶ୍ରେଣୀର ଛାତ୍ରୀ ବିଦୁସ୍ମିତା ଦିଲ୍ଲୀରେ ଚାଲିଥିବା ୬୮ତମ ଜାତୀୟ ସ୍ତର ସୁଟିଂ ଚମ୍ପିୟାନସିପ ୧୦ ମିଟର ପନ୍ଦର ବର୍ଷରୁ କମ୍ ଏଆର ପିସ୍ତଲ୍ ଚାଳନା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଜାତୀୟସ୍ତରରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ପୂର୍ବରୁ ରାଜ୍ୟ ସ୍ତରୀୟ ସୁଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳତା ପାଇ ଏହି ଜାତୀୟସ୍ତରର ପ୍ରତିଯୋଗୀତାରେ ଅଂଶ ଗ୍ରହଣ ପାଇଁ ଯୋଗ୍ୟ ହୋଇଥିଲେ। କୋଚ୍ ଶିଭଲାଲ୍ ଦୁର୍ଗାଙ୍କ ଉଦ୍ୟମ ଓ ଛାତ୍ରୀଙ୍କ ପ୍ରଚେଷ୍ଟାରେ ଏହି ସଫଳତା ପାଇଥିବା ବିଦ୍ୟାଳୟ କତୃପକ୍ଷ କହିଛନ୍ତି। ବିଦୁସ୍ମିତା କଳାହାଣ୍ଡି ଜିଲ୍ଲା ମ.ରାମପୁରର ଯୁବ ଶିଳ୍ପପତି ବିଭୁ ପ୍ରସାଦ ସାହୁ ଓ ମା ଗୀତାଞ୍ଜଳୀ ସାହୁଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.