ଜିଲ୍ଲା ସ୍ତରୀୟ ‘ଚଇତି’ରେ କବାଡି ପ୍ରତିଯୋଗିତା: ପୋଲାମ ବିଦ୍ୟାଳୟର ବାଳିକା କବାଡ଼ି ଦଳ ବିଜୟୀ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଜିଲ୍ଲା ସ୍ତରୀୟ “ଚଇତି” ୨୦୨୫ ମହୋତ୍ସବ ଉପଲକ୍ଷ ଅନୁଷ୍ଠିତ ହୋଇଯାଇଥିବା କବାଡି ପ୍ରତିଯୋଗିତାରେ ପୋଲମା ବିଦ୍ୟାଳୟର ପାହାଡ଼ିଆନ ବାଳିକା କବାଡି ଦଳ ବିଜୟୀ ହାସଲ କରିଛନ୍ତି | ଖେଳର ପ୍ରଥମେ ଜେକେ ପୁର ଦଳକୁ ୯.୨୦ ପଏଣ୍ଟରେ ହରାଇ ଦ୍ୱିତୀୟରେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ଦଳକୁ ୨୦.୨୫ ପଏଣ୍ଟରେ ହରାଇଥିଲେ | ଏହାପରେ ରାୟଗଡ଼ା ଏଙ୍ଗେଲ୍ସ ଟିମ୍କୁ ୧୧.୨୧ ପଏଣ୍ଟରେ ହରାଇ ବିଜୟ ଲାଭ କରି ଫାଇନାଲ୍ରେ ପ୍ରବେଶ କରିଥିଲେ ପୋଲମା ବିଦ୍ୟାଳୟର ପାହାଡିଆନ ବାଳିକା କବାଡି ଖେଳାଳି ଦଳ | ଫାଇନାଲ୍ ରେ ରାୟଗଡ଼ା ବସ୍କେଟ ବଲ କବାଡି ଦଳକୁ ୯.୨୫ ରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ପାହାଡିଆନ ଟିମ୍ ର ବାଳିକା ଖେଳାଳି ଦଳ | ଏଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଚୌଧୁରୀ, ସ୍ପୋର୍ଟସ ଏକାଡେମୀର କାର୍ଯ୍ୟ ନିର୍ବାହ ଅଧିକାରୀ ବିଜୟ, ଚିତ୍ତରଞ୍ଜନ ଏବଂ କ୍ରୀଡା ଶିକ୍ଷକ ବାବୁଲା ମେଲାକା ବାଳିକା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.