ଶିକ୍ଷାବିତ ଭବାନୀ ଶଙ୍କର ରଥଙ୍କ ପରଲୋକ

କଳାହାଣ୍ଡି,୧୭/୫(ହେମନ୍ତ ସାହୁ): ମ.ରାମପୁର ସ୍ଥିତ କଲେଜ କଲୋନୀରେ ବାସକରୁଥିବା ଶିକ୍ଷାବିତ ଭବାନୀ ପ୍ରସାଦ ରଥଙ୍କ ପରଲୋକ ହେଇଯାଇଛି। ୧୦ ଅଗଷ୍ଟ, ୧୯୩୯ରେ ଜନ୍ମିତ ସ୍ୱର୍ଗତ ରଥ ଶିକ୍ଷକତା ପରେ ବିଦ୍ୟାଳୟ ପରିଦର୍ଶକ ଓ ଚାକିରୀର ଶେଷ ସମୟରେ ଧର୍ମଗଡ଼ ଶିକ୍ଷାଜିଲ୍ଳାର ଅତିରିକ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ଭାବରେ ଚାକିରୀ କରି ତା ୩୧ ଅଗଷ୍ଟ, ୧୯୯୭ରେ ଅବସର ଗ୍ରହଣ କରଥିଲେ। ସେ କେବଳ ଜଣେ ଶିକ୍ଷକ ଭାବରେ ନୁହେଁ ଜଣେ କ୍ରିଡ଼ାବିତ,ସୁସଂଗଠକ, ମଂଚ ଅଭିନେତା, ନିର୍ଦ୍ଦେଶକ, ଆଦର୍ଶ ଶିକ୍ଷକ, ସୁପ୍ରଶାସକ ଭାବରେ ବେଶ ପରିଚିତ ଥିଲେ। ଜଣେ ଅମାୟିକ ତଥା ମିଷ୍ଟଭାଷୀ ଥିବା କାରଣରୁ ସେ ବିଭିନ୍ନ ମହଲରେ ନିଜର ଏକ ସ୍ଥାନ ବଜାୟ ରଖିପାରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହେଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ବୀରେନ୍ଦ୍ର ରଥ ମୁଖାଗ୍ନୀ ଦେଇଥିଲେ। ତାଙ୍କରି ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ତାଙ୍କରି ସହକର୍ମୀମାନେ ପ୍ରକାଶ କରିଛନ୍ତି। ତାଙ୍କରି ମୃତ୍ୟୁରେ ମ.ରାମପୁରରେ ଶିକ୍ଷକ ମହଲ ତଥା କଳାକାର, ସଚେତନ ନାଗରିକ ଶୋକ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Click here to get 24×7 News & Views alerts👇🏻

http://bit.ly/OBgroup4

Pearl dental clinic
Near Ashish Medical Store, Bhawanipatna

Like us on Facebook👇🏻

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.