ସୁବର୍ଣ୍ଣପୁର,୧୭/୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍ ଡାଉନ ଜାରି ରହିଛି । ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍ ୧୭ ଯାଏ ଛୁଟି ଘୋଷଣା କରିଛନ୍ତି । ହ୍ୱାଟସପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ରେ ପାଠ ପଢ଼ାଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ତେବେ ଅନ୍ ଲାଇନ୍ ପାଠ ପଢ଼ାରେ ମୋବାଇଲ୍ ନେଟୱର୍କ ବାଧକ ସାଜିଛି । ଗ୍ରାମାଞ୍ଚଳରେ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀମାନେ ହ୍ୱାଟସପ୍ ଗ୍ରୁପରେ ଯୋଡି ହୋଇ ପାରୁ ନାହାନ୍ତି । ସହରାଞ୍ଚଳ ପିଲା ଯାହା ଏଥିରୁ ସୁଫଳ ପାଉଛନ୍ତି । ଏଥିରୁ ପିଲାମାନେ କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ବାରି ହୋଇପଡୁଛି । ସୁବର୍ଣ୍ଣପୁର ଜିଲାର ଅନେକ ଅଂଚଳରେଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ । ଅର୍ଥାତ ନେଟୱାର୍କ ନାହିଁ । କେତେକ ସ୍ଥାନରେ ନେଟ୍ୱର୍କ ଥାଇ ବି ତାହା ଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଅନ୍ୟପକ୍ଷରେ ଗରିବ ଶ୍ରେଣୀର ଲୋକମାନେ ସେମାନଙ୍କ ପିଲାଙ୍କୁ ଆଣ୍ଡଡ୍ରଏଡ଼୍ ମୋବାଇଲ ଫୋନ ଦେବାରେ ଅସମର୍ଥ । ତେଣୁ ବିଦ୍ୟାଳୟରେ ଗଠନ ହେଉଥିବା ହ୍ୱାଟସପ୍ ଗ୍ରୁପ ରେ ପିଲାମାନେ ସାମିଲ ହୋଇପାରୁନାହିଁ । ତେବେ ଏହାକୁ ନେଇ ମଧ୍ୟ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । କାରଣ ଏଥିାଇଁ ଛାତ୍ରଛାତ୍ରୀଙ୍କ ପାଖରେ ଆଣ୍ଡଏଡ଼ ଫୋନ ଥିବା ନିହାତି ଆବଶ୍ୟକ । ଯାହା ଏକପ୍ରକାର ଅସମ୍ଭବ ।