ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି : ନାଗରିକ ମଞ୍ଚ ଗଣଧାରଣା ରେ ସାମିଲ

ଟିଟିଲାଗଡ,୭/୧:
ଦୀର୍ଘ ୨୬ ବର୍ଷ ଧରି ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରିଆସୁଥିବା ବେଳେ ଅନେକ ଥର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ଓ ଏକାଧିକ ବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି । ହେଲେ ସରକାର ଙ୍କ ପ୍ରତିଶ୍ରୁତି ଅଞ୍ଚଳବାସୀ ଙ୍କୁ ସନ୍ତୁଷ୍ଟ କରିପାରିନାହିଁ ତେଣୁ ପ୍ରତିଶ୍ରୁତି ପରେ ଜିଲ୍ଲା ମାନ୍ୟତା ଦାବି ଜାରି ରହିଛି । ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଦ୍ଵାରା ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା ରବିବାର ୬୭ ଦିନ ରେ ପହଞ୍ଚିଥିବା ବେଳେ ‘ଟିଟିଲାଗଡ ନାଗରିକ ମଞ୍ଚ’ ତରଫରୁ ସଭାପତି ଶ୍ରୀଯୁକ୍ତ ରାଧାନାଥ ପାଢୀ,ଉପ ସଭାପତି ପଦ୍ମନାଥ ବେହେରା, ସାଧାରଣ ସମ୍ପାଦକ ମୋହନଲାଲ ଜୈନ, ସମ୍ପାଦକ ସମ୍ଭୁ ପ୍ରସାଦ ଗୋଏଲ୍, କୋଷାଧ୍ୟକ୍ଷ ପ୍ରକାଶ ଗୋଏଲ୍, କ୍ରୀୟାନୁଷ୍ଠାନ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁ, ସାଂଗଠୈନିକ ସମ୍ପାଦକ ମନୋଜ କୁମାର ହାତୀ, ସୁଭ୍ରା ଦାସ, ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା, ଅଶ୍ବୀନି ମହାନ୍ତି, ଶ୍ରୀମତୀ ଅଞ୍ଜଳୀ ବେହେରା, ସୁକାନ୍ତୀ ପାଢୀ, ଲଲୀତା ଲାଲ୍, ମେମଦେବୀ ଜୈନ, ହରିଶ ରୈଠାଟା, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲା ମାନ୍ୟତା ଦାବି କୁ ସମର୍ଥନ କରିଥିଲେ ।

Omkar Vasthu
Omkar Vasthu

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.