ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଧାୟିକା ଙ୍କ ଦିଲ୍ଲୀ ଯାତ୍ରା 

ଟିଟିଲାଗଡ,୭/୧:

ଓଡିଶା ବିଧାନସଭାରେ ଚାଷୀଙ୍କ ସୁରକ୍ଷା ପାଇଁ ପାରିତ ହୋଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦାବିରେ ବିଜୁ କୃଷକ ଜନତା ଆସନ୍ତା ୮ ତାରିଖ ଦିନ ଦିଲ୍ଲୀର ତାଲକୋଟ୍ରା ଇଣ୍ଡୋର୍ ଷ୍ଟାଡିୟମ ଠାରେ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ରଖିଛି । ଏଥିରେ ଭାଗନେବାକୁ ରବିବାର ଦିନ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁଙ୍କ ସମେତ ଶ୍ରୀଯୁକ୍ତ ପଦ୍ମଲୋଚନ ପୋଢ ଓ ଦେବ କଟା,
ସଇନ୍ତଲାରୁ ସୁବାଷ ବୁଡେକ ଓ ରାଜ କିଶୋର ଡାଙ୍ଗ, ଗୁଡଭେଲା ରୁ ସତ୍ୟ କମ୍ପ ଓ ଭିମ ନାଗ ତଥା ଅନ୍ୟାନ୍ୟ ବହୁ ଚାଷୀ ନେତା ଟିଟିଲାଗଡ ରୁ ଭୁବନେଶ୍ବର ଏବଂ ସେଠାରୁ ସମସ୍ତ ସାଂସଦ ତଥା ବିଧାୟକ ଙ୍କ ସହ ଦିଲ୍ଲୀ ଅଭିମୁଖେ ଏକ ସ୍ବତନ୍ତ୍ର ରେଳ ଯୋଗେ ଯାତ୍ରା କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ହଜାର ନଅ ସହ ତିରିଶି ଟଙ୍କା କୁ ବୃଦ୍ଧି କରିବା ପାଇଁ ବିଜେଡି ଦିଲ୍ଲୀରେ କେନ୍ଦ୍ର ସରକାର ଙ୍କ ଠାରେ ଦାବି ଉପସ୍ଥାପନ କରିବ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.