ଅନଲାଇନରେ ପାଠପଢା ଓ ପରୀକ୍ଷା ବ୍ୟବସ୍ଥା ବିରୁଦ୍ଧରେ ସ୍ଵର ଉଠେଇଲା ସର୍ବଭାରତୀୟ ଛାତ୍ର ସଂଗଠନ

●ଏଆଇଡିଏସଓ ପ୍ରଦାନ କଲା ସ୍ମାରକପତ୍ର

ବାଲେଶ୍ଵର,୨୨/୫(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): କେନ୍ଦ୍ର ସରକାର ପକ୍ଷରୁ ନିକଟରେ ଆସନ୍ତା ଶିକ୍ଷାବର୍ଷ ପାଇଁ ଅନଲାଇନରେ ପାଠପଢା ଓ ପରୀକ୍ଷା ହେବା ବିଷୟରେ ଘୋଷଣା କରିଛନ୍ତି।ଏହାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କୁହାଯାଇଛି କି ଏଥିନିମନ୍ତେ ବିଶ୍ବବିଦ୍ୟାଳୟଗୁଡିକର କୁଳପତି ତଥା ଶିକ୍ଷାବିତଙ୍କ ମତ ନିଆଯାଇନାହିଁ।

Omkar Vasthu
Omkar Vasthu

ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଅନଲାଇନରେ ପାଠପଢା ଓ ପରୀକ୍ଷା ବ୍ୟବସ୍ଥା ସରକାର ଲାଗୁ କରିଛନ୍ତି। ଏହା ଦ୍ବାରା ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ବଂସାଭିମୁଖୀ କରାଯାଉଛି ବୋଲି ସର୍ବଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠନ ଅଭିଯୋଗ କରି ଏହା ଏକପ୍ରକାର ଶିକ୍ଷା ମାରଣ ନୀତି ବୋଲି କହିଛି।

Pearl dental clinic
Near Ashish Medical Store, Bhawanipatna

ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନର ସର୍ବଭାରତୀୟ କମିଟି ନିଷ୍ପତ୍ତି କ୍ରମେ ସାରା ଭାରତରେ ସ୍ମାରକପତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଏଆଇଡିଏସଓ ବାଲେଶ୍ଵର ଜିଲ୍ଲା ଆବାହକ କମିଟି ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଏକ ସ୍ମାରକ ପତ୍ର ଆଜି ପ୍ରଦାନ କରାଯାଇଛି। ଏଆଇଡିଏସଓର ଜିଲ୍ଲା ଯୁଗ୍ମ ଆବାହକ ପ୍ରଶାନ୍ତ କୁମାର ଦାସ ଓ ସଦର କମିଟି ସଦସ୍ୟ ଶିବ ଶଙ୍କର ଜେନା ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆବାହିକା କ୍ରୀଷ୍ଣାରାଣୀ ସାହୁ, ଯୁଗ୍ମ ଆବାହକ ହରେକୃଷ୍ଣ ଦାସ ଓ ସଦର କମିଟି ସମ୍ପାଦକ ସୁଶାନ୍ତ ଜେନା ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.