ବିଦ୍ୟୁତ ସବ୍ ଷ୍ଟେସନ ମାନଙ୍କରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବୀ

ଧାରଣାରେ ବସିଲେ ଯୁବ ଅଧିକାର ମଞ୍ଚ

ନୂଆପଡା,୧୫/୭: ନୂଆପଡା ଜିଲ୍ଲା ଏକ ଆଦିବାସୀ ବହୁଳ ଓ ପଛୁଆ ଅଂଚଳ ଅଟେ । ଏଠାକାର ଅଧିକାଂଶ ଲୋକେ କୃଷି କାର୍ଯ୍ୟ କରି ପରିବାର ପୋଷଣ କରିଥାନ୍ତି । ଜିଲ୍ଲାରେ ବର୍ଷ ବର୍ଷ ଧରି ଦାଦନ ଦୁଃଖ ଓ ସମସ୍ୟା ଲାଗି ରହିଛି । ତେବେ ଜିଲ୍ଲାର ଅନେକ ଶିକ୍ଷିତ ଯୁବକ ବର୍ଗ ଏହି ଅଂଚଳରେ ନିଯୁକ୍ତି ନ ପାଇ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଦାଦନ ଖଟି ଯାଇ ଥିବା କେତେ ଜଣ ସେଠାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରି ପାରନ୍ତି ନାହିଁ ଓ ଶେଷରେ ଶୋଷଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡି ଆରପାରିକୁ ଚାଲିଯାନ୍ତି । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ସ୍ଥାନୀୟ ଅଂଚଳରେ ସରକାର ଅନେକ ସମୟରେ ବିଭିନ୍ନ ଯୋଜନ ମାଧମରେ ରୋଜଗାର ସୃଷ୍ଟି କରୁଥିଲେ ମଧ୍ୟ ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଇଁ ସ୍ଥାନୀୟ ନିଯୁକ୍ତି ଦାବୀ ଏକ ବଡ଼ ସମସ୍ୟାର ରୂପ ନେଇଛି ।

ତେବେ ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଟିମନପୁର, ଚଲନା ଓ ବୋଡେ଼ନ ବ୍ଲକର ରୋକାଲ ଇଲେକ୍ଟ୍ରିକାଲ ସବ଼୍ ଷ୍ଟେସନ ମାନଙ୍କରେ ସ୍ଥାନୀୟ ସିନାପାଲି ଓ ବୋଡେ଼ନ ବ୍ଲକର ଯୁବକ ମାନଙ୍କୁ ଅଗ୍ରାଧିକାର ଦେବ ଦାବୀରେ ଯୁବ ଅଧିକାର ମଞ୍ଚ ତରଫରୁ ରବି ମଙ୍ଗରାଜ ଓ ପ୍ରିୟ ରଞ୍ଜନ ମେହେର ନୂଆପଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସି ଥିଲେ । ତାଙ୍କର କହିଵା ଅନୁସାରେ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପୂର୍ବରୁ ସେମାନେ ଏହି ସମ୍ବନ୍ଧରେ ଜଣାଇଛନ୍ତି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମୋ ହାତରେ କିଛି ନାହିଁ କହି କଥା କୁ ଏଡାଇ ଦେଇ ଥିଲେ । ଗଣ ଧାରଣାରେ ଯୁବକମାନେ ବସିବା ପରେ ନୂଆପଡା ଏଡିଏମ୍ ଓ ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଗଣ ଧାରଣାକୁ କିଛି ଦିନ ପାଇଁ ସ୍ଥଗିତ କରା ଯାଇଛି । ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ମାଗିବା ସହ ଯୁବ ଅଧିକାର ମଞ୍ଚର ସମସ୍ତ ଦାବୀ ଉପରେ ପଦକ୍ଷେପ ଗ୍ରହଣ ନିମନ୍ତେ ସମୟ ମାଗିଛନ୍ତି। ତେବେ ଯୁବ ଅଧିକାର ମଞ୍ଚ ଯଦି ୭ଦିନ ମଧ୍ଯରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ସାମିଲ୍ ଓ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତିରେ ଅନିୟମିତତା କରୁଥିବାରୁ ତାଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଦାବୀ ପୂରଣ ନ କଲେ ପୁଣି ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନର ନେତୃତ୍ବ ପ୍ରିୟ ମେହେର, କମଲ ଚରଣ ତାଣ୍ଡି,ରବି ମଂଗରାଜ ନେଇଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.