ଚିଆଁପଦର ଗ୍ରାମରେ ପଥପ୍ରାନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନର୍ଲା,୨୧/୭: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର ଗାଁରେ ପଥପ୍ରାନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନର୍ଲା ୨ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶୁଶ୍ରୀ ରିନା ଭୋଇ ଓ ସରିଆଁ ସମିତି ସଭ୍ୟା ନନ୍ଦିନୀ ଭୋଇ ବୃକ୍ଷ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏଥିରେ ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ଲଗାଯାଇଥିଲା । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ସୋସିଆଲ ଆକ୍ଟିଭିଷ୍ଟ କଳାହାଣ୍ଡି ଇଷ୍ଟ ଜୋନର ସଭାପତି ମିଲନ କୁମାର ଭୋଇ, ନର୍ଲା ବ୍ଲକର ସମ୍ପାଦକ ଶୁକଦେବ ସାହୁ , କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସା, ନିର୍ଦ୍ଦେଶକ ପ୍ରତ୍ୟୁଷ କୁମାର ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଚିଆଁପଦର ଗ୍ରାମର ସୁନୀଲ ଭୋଇ, ବସନ୍ତ ଦୀପ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.