ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଫେସବୁକ ଆଇଡି ହ୍ୟାକ

ମେସେଞ୍ଜରରେ ଟଙ୍କା ମାଗୁଛନ୍ତି ହ୍ୟାକର

ନୂଆପଡା,୨୧/୭: ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତା ପ୍ରଧାନଙ୍କ ଫେସବୁକ ଆଇଡି କୁ କେହି ଜଣେ ହ୍ୟାକ କରି ମେସେଞ୍ଜର ମାଧ୍ୟମରେ ଲୋକଙ୍କୁ ଟଙ୍କା ଧାର ମାଗୁଥିବା ଅଭିଯୋଗ ହୋଇଛି । ଆଇଡି ରେ ଥିବା ନମିତା ପ୍ରଧାନଙ୍କ ବନ୍ଧୁ ମାନେ ଓ ନୂଆପଡା ଜିଲ୍ଲାର ବ୍ୟକ୍ତି ମାନେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହିତ ସୁପରିଚିତ ହୋଇଥିବାରୁ ତାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନଙ୍କୁ କଣ ହୋଇଛି ବୋଲି ପଚାରି ବୁଝି ଥିଲେ ଓ ତାପରେ ସେମାନେ ଜାଣିବାକୁ ପାଇଲେ ଯେ, ଆଇଡି ଟିକୁ କେହି ଜଣେ ହ୍ୟାକ କରିଛି । କାରଣ ଶ୍ରୀମତୀ ପ୍ରଧାନ କିଛି ଦିନ ହେବ ତାଙ୍କର ଫେସବୁକ ଆଇଡି କୁ ବ୍ୟବହାର କରୁନ ଥିଲେ ବୋଲି ସେ କହିଛନ୍ତି ଓ ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଏବଂ ଜିଲ୍ଲା ପରିଷଦ ଅଧକ୍ଷାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନ ତାଙ୍କର ଫେସବୁକ ଆଇଡି ରେ ସମସ୍ତ ସୋସିଆଲ ମିଡ଼ିଆ ବନ୍ଧୁ ମାନଙ୍କୁ ଟଙ୍କା ନ ଦେବା ପାଇଁ ଅନୁରୋଧ କରିଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ(ରାହୁଲ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.