ବୃଦ୍ଧାଙ୍କ ଶବ ଉଦ୍ଧାରକୁ ମାସେ ବିତିଲା : ପୋଲିସର ହାତ ଖାଲି, ନ୍ୟାୟ ଅପେକ୍ଷାରେ ପରିବାର

ନର୍ଲା,୨୮/୭: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗପୁର କ୍ଷୁଦ୍ର ଜଳ ସେଚନରୁ ପିପଲ ପଦର ଦେଇ ଯାଇଥିବା ଶାଖା କେନାଲରୁ ଗତ ଜୁନ୍ ୨୮ ତାରିଖ ଦିନ ବିଧବା ମହିଳା ମିଥିଳା ମହାନନ୍ଦ (୬୦)ଙ୍କ ଶବକୁ ନର୍ଲା ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାକୁ ଏକ ମାସ ବିତି ଯାଇଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଘେରରେ ରହିଛି । ବର୍ତମାନ ସୁଦ୍ଧା ଆସାମୀ ଧରାପଡି ନଥିବାରୁ ମୃତକଙ୍କ ପରିବାର ଲୋକେ ମର୍ମାହତ ହୋଇ ପଡିଛନ୍ତି ।

Omkar Vasthu
Omkar Vasthu

ଏଠାରେ ପ୍ରକାଶ ଯୋଗ୍ୟ ଯେ, ମୃତ ମହିଳା ମିଥିଲା ମହାନନ୍ଦ ନିଜ ଭାଇ ଘରେ ଆଜକୁ ପ୍ରାୟ ୨୦ବର୍ଷ ହେବ ରହି ଆସୁଥିଲେ । ଘଟଣା ଦିନ ସକାଳେ ଭାଇର ଚାଷ ଜମି କୁ ଯାଇଥିଲେ, ହେଲେ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ କେନାଲ ଭିତରୁ ଡାଳ ପତ୍ର ଘୋଡା ଯାଇଥିବା ଅବସ୍ଥାରେ ତାଙ୍କ ଶବ ଦେଖି ତୁରନ୍ତ ନର୍ଲା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନର୍ଲା ଥାନା ନିର୍ବାହ କରୁଥିବା ଅଧିକାରୀ ଡିଏସପି ଗାୟତ୍ରୀ ପଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବେଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଓ ନର୍ଲା ପୋଲିସ କେସ ନଂ ୧୦୭, ୨୮/୬/୨୦୨୦ ଦଫା ୩୦୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏକ ମାସ ବିତିଯାଇଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ପୋଲିସର ହାତ ଖାଲି ପଡିଛି । ଉକ୍ତ ବୃଦ୍ଧାଙ୍କ ଉତ୍ତରାଧିକାରୀ କେହି ନଥିବା ବେଳେ ତାଙ୍କର କାହାର ସହ ଶତ୍ରୁତା ନଥିବା ଅଭିଯୋଗ କାରି ପ୍ରକାଶ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନର୍ଲା ପୋଲିସ ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଆଗାମୀ ଦିନରେ କଳାହାଣ୍ଡି ଆରକ୍ଷୀଙ୍କ ଦ୍ବାରସ୍ଥ ହେବାସହ ନ୍ୟାୟ ନପାଇଲେ ରାଜରାସ୍ତାକୁ ଓଲ୍ହାଇବାକୁ ପ୍ରସ୍ତୁତ ହେଉଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.