ଜିଲ୍ଲାପରିଷଦ ସଦସ୍ୟାଙ୍କ ସ୍ବାମୀ ତଥା ଯୁବ ସମାଜସେବୀ ଦୂର୍ଯ୍ୟୋଧନ ହଂସଙ୍କ ଅକାଳ ବିୟୋଗ

କୋକସରା,୨୮/୭: କୋକସରା ବ୍ଲକ ଆମପାଣି ଜୋନ ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନୀ ହଂସଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ହଂସଙ୍କ ଅକାଳ ବିୟୋଗ ଘଟିଛି । ଆଜି ଦିନ ଦ୍ବିପହରରେ ଗୋତୋମୁଣ୍ଡା ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ହଂସ ଅନେକ ଦିନରୁ ଯକୃତ ରୋଗରେ ପୀଡିତ ହୋଇ ରୋଗ ଶଯ୍ୟାରେ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ହଂସ ଜଣେ ସମାଜସେବୀ, ଉତ୍ତମ ସଂଗଠକ ଓ ଦରଦି ମଣିଷ ଥିଲେ । ତାଙ୍କ ଭଳି ଏକ ଯୁବ ନେତୃତ୍ବଙ୍କୁ ହରେଇ ସମଗ୍ର ଗାଁ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.