ଲିଟିବଣ୍ଡେଲ ଠାରେ ମାଓ ପୋଷ୍ଟର

ସହିଦ ସପ୍ତାହ ପାଳନ ଆହ୍ବାନ ଦେଇଛି ଲାଲ ବାହିନୀ

ଲାଞ୍ଜିଗଡ଼,୩୦/୭: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲିଟିବଣ୍ଡେଲ ଗାଁରୁ ସିପିଆଇ ମାଓବାଦୀ ପୋଷ୍ଟର ଉଦ୍ଧାର କରିଛି ବିଜେପୁର ପୋଲିସ। ପୋଷ୍ଟରରେ ସରକାରୀ ଠିକାଦାରଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଶ୍ରମିକ ଶୋଷଣ କୁ ବିରୋଧ କରାଯାଇଛି। ସରକାରୀ ଧାର୍ଯ୍ୟ ଶ୍ରମିକ ମଜୁରୀ ପୈଠ ନ କଲେ ପ୍ରଜାକୋର୍ଟରେ ନିଷ୍ପତ୍ତି ଚେତାବନୀ ଦିଆଯାଇଛି। ପୋଲିସ ପୋଷ୍ଟର ଜବତ୍ କରି ତଦନ୍ତ ଜାରି ରଖିଛି। ୨୮ ତାରିଖ ଠାରୁ ମାଓବାଦୀ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ମାଓବାଦୀ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ଅଗଷ୍ଟ  ୩ ତାରିଖ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳନ କରିବେ ବିଭିନ୍ନ ମାଓବାଦୀ ସଂଗଠନ। ବିଶେଷ ଭାବେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ  ସଂଗଠନର ବାଂସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ ଦିଆଯାଇଛି ।ସେପଟେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଓବାଦୀମାନେ କୌଣସି ହିଂସାକାଣ୍ଡ କରିବା ସମ୍ଭାବନା ରହିଥିବା ଦୃଷ୍ଟିରୁ ପୁଲିସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କମ୍ବିଂ ଅପରେସନ କରିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଳାହାଣ୍ଡି ଏସପି ବି. ଗଙ୍ଗାଧର ସୁଚନା ଦେଇଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.