ସାମ୍ବାଦିକ ରୋହିତ୍ ସରଦାନାଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଆଜ୍ ତକ୍ ଚାନେଲର ସୁନାମଧମ୍ୟ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୁଗଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ କଳାହାଣ୍ଡି ରାଷ୍ଟ୍ରଦୀପ ଜିଲ୍ଲା କାର୍ଯ୍ୟକର୍ତ୍ତl ମନୋଜ କୁମାର ନାୟକ କହିଛନ୍ତି ଯେ, ସ୍ବର୍ଗତ ସରଦାନା ଥିଲେ ଜଣେ ରାଷ୍ଟ୍ରବାଦୀ ସାମ୍ବାଦିକ। ଆଜ୍ ତକ୍, ଜୀ ଟିଭି ଭଳି ପ୍ରତିଷ୍ଠିତ ଚାନେଲରେ ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳୀ ପାଇଁ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସେ ଆମ ବିଚାର ପରିବାରର ମାର୍ଗଦର୍ଶକ ତଥା ଅନେକ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ଥିଲେ। ନିଜ ଶାନ୍ତ ସ୍ଵଭାବ ଓ ମଧୁର କଥାବାର୍ତ୍ତା ଯୋଗୁଁ ଅନେକ କାର୍ଯ୍ୟକର୍ତ୍ତା ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ। ତାଙ୍କ ବିୟୋଗ ଆମ ସଂଘ ବିଚାର ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ନ୍ୟୁଜ୍୧୮ର ପ୍ରଯୋଜକ ବିକ୍ରମ ପରିଜା ସ୍ବର୍ଗତ ସରଦାନାଙ୍କ ସହ କାର୍ଯ୍ୟ କରିବାର ସ୍ମୃତିଚାରଣ କରିଥିଲେ। ରାଜ୍ୟ ମିଡ଼ିଆ ପ୍ରଭାରୀ ତଥା ବିଜେପି ମହିଳା ମୋର୍ଚ୍ଚା ସ୍ତମ୍ଭକାର ସୁଜାତା ପାଢ଼ୀ, କୋରାପୁଟ ଶାବର ଏକ୍ସପ୍ରେସ୍ ସାମ୍ବାଦିକ ତ୍ରିନାଥ ପଟ୍ଟନାୟକ, ସମାଜସେବୀ ହେମନ୍ତ ମୁଣ୍ଡ, ଲେଖିକା ସୁମତି ମୁଣ୍ଡ, ମୀନା ସାହୁ, ବ୍ୟଙ୍ଗକାର ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ସ୍ବର୍ଗତ ସରଦାନାଙ୍କ ବିଚକ୍ଷଣ ପ୍ରତିଭା ତଥା କର୍ମକ୍ଷେତ୍ରକୁ ନେଇ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.