ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କଳାହାଣ୍ଡି: ନର୍ଲାର ଅବସରପ୍ରାପ୍ତ ଶିକ୍ଷକ ରୋହିତ କୁମାର ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଛି। ଜଣେ ଛାତ୍ରବତ୍ସଳ ଶିକ୍ଷକ ତଥା ଉତ୍ତମ ବ୍ୟକ୍ତିତ୍ବ ଭାବରେ ସେ ଅଞ୍ଚଳରେ ସୁପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ସ୍ବର୍ଗତ ଅଗ୍ରଓ୍ବାଲ ଦିର୍ଘ ଦିନ ଧରି ପକ୍ଷାଘାତରେ ପିଡିତ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା। ତେଣୁ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ ପରିବାରବର୍ଗ ଭୁବନେଶ୍ବର ନେଇ ଯାଉଥିଲେ। କିନ୍ତୁ ଭୁବନେଶ୍ଵର ଯିବା ବାଟରେ ତୁମୁଡିବନ୍ଧ ନିକଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.