ରାୟଗଡ ଜିଲ୍ଳାରେ କୋଭିଡ୍ ପରିଚାଳନା ନେଇ ଜିଲ୍ଳାପାଳଙ୍କ ବାର୍ତ୍ତା

ଲକଡାଉନ ନିୟମ ମାନି ଚଳନ୍ତୁ -ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ ଜାରି ରଖାଯାଇଛି । ଲକଡାଉନ ସମୟରେ କଟକଣାକୁ କଡାକଡି ଭାବେ ପାଳନ ନ କଲେ ଆଗାମୀ ଦିନରେ ଜିଲ୍ଳାରେ ସ୍ଥିତି ବିଗିଡିପାରେ ତେଣେୁ ସର୍ତକତା ଓ ସାବଧାନତା ଅବଲମ୍ବନ କରି ନିଜେ ବଂଚନ୍ତୁ, ନିଜ ପରିବାରକୁ ବଂଚାନ୍ତୁ ଏବଂ ଅନ୍ୟଙ୍କୁ ସୁରକ୍ଷିତ ରଖିବାରେ ସହଯୋଗ କରିଲେ ଜିଲ୍ଳାରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଆଜି ଜିଲ୍ଳାବାସୀଙ୍କୁ ଏକ ଭିଡିଓ ମାଧ୍ୟମରେ ବାର୍ତା ପ୍ରଦାନ କରି ଜିଲ୍ଳାରେ କୋଭିଡ ପରିଚାଳନା ନିମନ୍ତେ କରୋନାରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା କୋଭିଡ ହସ୍ପିଟାଲ, ସିସିସି, ଟିଏମସି, ଆମ୍ବୁଲାନ୍ସ, ଅକ୍ସିଜେନ୍ ଆଦି ବିଷୟଗୁଡିକ ଉପରେ ଜିଲ୍ଳାର ସ୍ଥିତିକୁ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଳାରେ ଆଜି ମୋଟ ୧୫୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ମେ’୧ତାରିଖରୁ ଆଜି ପର୍ଯ୍ୟନ୍ତ ୯ଦିନ ମଧ୍ୟରେ ୧୩୭୪ଜଣ ଚିହ୍ନଟ ହୋଇଛନ୍ତି ଏବଂ ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ୨୪ଜଣ ମୃତ୍ୟୁବରଣ କରିଛନ୍ତି । ଫଳରେ ସଂକ୍ରମଣ ପଜିଟିଭ୍ ହାର ୧୬.୦୯ ପ୍ରତିଶତ ରହିଛି । ଯାହାକି କରୋନାର ପ୍ରଥମ ଲହରରେ ଗତବର୍ଷ ଅଗଷ୍ଟ ମାସରେ ନେଇଥିବା ପିକ୍ ସମୟରେ ସଂକ୍ରମଣ ହାର ୧୭.୩୦ ରହିଥିଲା ଏବଂ ଏଥିରେ ୩୫୬୧ଜଣ ଚିହ୍ନଟ ହୋଇଥିଲେ ଏବଂ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚଳିତ ମେ’ ମାସରେ ଏହି ସଂକ୍ରମଣ ହାର ଅଗଷ୍ଟ ମାସର ସଂକ୍ରମଣ ହାରର ପାଖାପାଖି ହୋଇଥିବା ବେଳେ ବର୍ତମାନ ଆନ୍ଧ୍ର-ତେଲଙ୍ଗାନାରେ ଚିହ୍ନିଟ ଷ୍ଟ୍ରେନ୍ ଅଧିକ ମାରାତ୍ମକ ଥିବାରୁ ସମସ୍ତେ କରୋନା କଟକଣାକୁ ମାନି ଚିଳବା ସହ ଘରୁ ବାହାରକୁ ବାହାରିଲେ ୨ସ୍ତରର ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ସହ ହାତକୁ ନିୟମିତ ସାନିଟାଇଜ କରିବା ଉପରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଜିଲ୍ଳାର ଜେକେପୁର ଠାରେ ଥିବା ଏକମାତ୍ର କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୧ଠଟି ଶଯ୍ୟାର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଅକ୍ସିଜେନ୍ ପ୍ରଦାନ ବ୍ୟବସ୍ଥା ସହ ୪ଗୋଟି ଭେଂଟିଲେଟର କକ୍ଷର ବ୍ୟବସ୍ଥା ରହିଛି । ଜିଲ୍ଳାରେ ବତର୍ମାନ ୮ଟି ସିସିସିରେ ୧୪୮୦,୩୭ଟି କ୍ଳଷ୍ଟର ଟିଏମସିରେ ୨୮୫୦ଟି ଓ ୮୬ଟି ଟିଏମସିରେ ୪୩୦୭ଟି ସମୁଦାୟ ୮୭୪୭ଟି ଶଯ୍ୟା ଉପଲବ୍ଧ ରହିଛି ।

Udyog Nursery
Udyogi Nursery

ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୨୪୪ଟି ଶଯ୍ୟା ବ୍ୟବହାର ହେଉଥିବା ବେଳେ ୮୫୦୩ଟି ଶଯ୍ୟା ବ୍ୟବହାର ଉପଯୋଗୀ ପାଇଁ ବଳକା ରହିଛି । ସେହିପରି ଜିଲ୍ଳାରେ ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ୧୦୮ଟି ସ୍ଥାନରେ ମାଇକ୍ରୋ କନଟେନମେଂଟ ଜୋନ ଘୋଷଣା କରାଯାଇଛି । ରାୟଗଡ ଓ ଗୁଣପୁର ପୈାରାଚଂଳରେ ୨ଟି ଏବଂ ସମସ୍ତ ୧୧ଗୋଟି ବ୍ଳକରେ ୩ଟି ଲେଖାଁଏ ମୋଟ ୩୫ଟି ଆରଆରଟି ଟିମ୍ ଗଠନ କରାଯାଇ ସେବା ଯୋଗାଇ ଦିଆଯାଉଛି । ଜିଲ୍ଳାରେ ୯୨ପ୍ରତିଶତ ହାରରେ ୧୨୯୩ଜଣ କରୋନା ଆକ୍ରାନ୍ତ ରୋଗୀ ହୋମ ଆଇସୋଲେସନ୍‌ରେ ରହି ଚିିକିତ୍ସିତ ହେଉଛନ୍ତି । ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନ୍ ସଂରଜାମ ଉପଲବ୍ଧ ବିଶିଷ୍ଠ ୪୪ଗୋଟି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ୭୨ଗୋଟି ଜୁମ୍ବୋ ଓ ୧୪୮ଟି ବି ଟାଇପ୍ ମେଡିକଲ ଅକ୍ସିଜେନ୍ ସିଲିଣ୍ଡର ବ୍ୟବହାରରେ ଲାଗିଛି ଏବଂ ସମସ୍ତ ସିସିସ, ଟିଏମସିରେ ୧୫୦ଟି ଅକ୍ସିଜେନ୍ କନସେନ୍‌ଟ୍ରେଟୋର୍ସର ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

ବିଶେଷ କରି ଜିଲ୍ଳାରେ କୋଭିଡ ସଂପର୍କୀତ ଯେ କୈାଣସି ଜିଜ୍ଞାସା ରହିଥିଲେ ୨୪ଘଂଟିଆ ହେଲପ୍ ଲାଇନ୍ ସେବା ଯୋଗାଇବା ପାଇଁ ୧୦୪ ନମ୍ବରକୁ ନଚେତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ଜିଲ୍ଳା କୋଭିଡ୍ ନିୟନ୍ତ୍ରଣ କକ୍ଷ (୦୬୮୫୬-୨୨୪୦୮୨/୨୨୪୦୬୨ ଓ ଟୋଲ ଫ୍ରି ନମ୍ବର ୧୦୭୭) ଏବଂ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଥିବା ଜିଲ୍ଳା ନିୟନ୍ତ୍ରଣ କକ୍ଷ (୦୬୮୫୬-୨୩୫୪୨୪/ ୭୦୦୮୯୨୭୦୧୭/ ୮୨୬୦୧୭୦୦୪୫) ଏବଂ ଜେକେପୁର କୋଭିଡ୍ ହସ୍ପିଟାଲରେ ଖୋଲାଯାଇଥିବା ନିୟନ୍ତଣ କକ୍ଷ (୦୬୫୮୬-୨୩୩୦୧୯)କୁ ଫୋନ୍ କରି ରୋଗୀ ଓ ରୋଗ ସମ୍ବନ୍ଧରେ ତଥ୍ୟ ପାଇପାରିବେ ବୋଲି କହିବା ସହ ଲକଡାଉନ ଓ ଚଢାଉକୁ ଏଡାଇବା ପାଇଁ ହେଲେ ସମେସ୍ତ ଜନଗହଳି ଠାରୁ ଦୂରେଇ ରହିବା, ଲକଡାଉନ ନିୟମକୁ ପାଳନ କରିବା, ମାସ୍କର ବ୍ୟବହାର କରିବା ଏବଂ ଜ୍ୱର, କାଶ, ଥଣ୍ଡା ଭଳି କୈାଣସି ଲକ୍ଷଣ ଦେଖାଗଲେ ତରୁନ୍ତ ଚିକିତ୍ସା ନିମେନ୍ତ ନିୟନ୍ତ୍ରଣକୁ କକ୍ଷକୁ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.