ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ

ଟୀକା ନେବା ସମୟରେ ଲୋକଙ୍କୁ କୋଭିଡ ନିୟମ ମାନିବାକୁ ଦେଲେ ପରାମର୍ଶ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଆଜି ରାୟଗଡ ସହରର ଅଶୋକ କଲ୍ୟାଣ ମଣ୍ଡପ, ରିଙ୍ଗରୋଡ ସ୍ଥିତ ୟୁଜିଏମଆଇଟି କଲେଜ ଓ କୁମୁତଲପେଟା ଠାରେ ଥିବା ଉଗ୍ରତାରା କଲେଜ ପରିସରରେ ଖୋଲାଯାଇଥିବା ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ପଂଜୀକରଣ କରି ଟୀକା ନେବା ପାଇଁ ଆସିଥିବା ଲୋକଙ୍କୁ କୋଭିଡ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଭଲଭାବେ ମୁହଁରେ ମାସ୍କ ପିନ୍ଧିବା ସହ ବିଶେଷ କରି ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ।


ଉଗ୍ରତାରା କଲେଜ ଠାରେ ଟୀକା ନେବା ପାଇଁ ଲୋକଙ୍କ ଅସଂଖ୍ୟ ଭିଡକୁ ଦେଖି ଲୋକଙ୍କୁ ତାଗିଦ୍ କରିବା ସହ ନିୟମ ଉଂଲଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ଉପସ୍ଥିତ ଲୋକେ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ଯାଇ ଟୀକାକରଣ କେନ୍ଦ୍ରର ଅନୁଧ୍ୟାନ କରିଥିଲେ ।


ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଗସ୍ତ ବେଳେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଡିପିଏମ ରାଜେଶ୍ୱର ପଟ୍ଟନାୟକ, ଅର୍ବାନ ହେଲଥ, ପ୍ରୋଗାମ୍ ଅଫିସର କିରଣ କୁମାର ପାତ୍ର, ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରଦୀପ୍ତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.