ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ପିତୃଦିବସ ଉପରେ ଭର୍ଚୁଆଲ ଆସର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ପିତୃଦିବସ ଉପଲକ୍ଷେ ଧାର୍ମିକ ଚିନ୍ତନକୁ ନେଇ ସଞ୍ଜୟ କୁମାର ସାହୁଙ୍କ ସଞ୍ଚାଳନରେ ଭର୍ଚୁଆଲ କବିତା ଆସର ଓ ଏହାର ବିଭିନ୍ନ ପୌରାଣିକ କାହାଣୀ, କିମ୍ବଦନ୍ତୀ ପାଳନର ଯଥାର୍ଥତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଜୁମରନାଥ ପାତ୍ରଙ୍କର ଓମକାର ନାଦଧ୍ଵନି ପରେ ଉକ୍ତ ଓ୍ଵେବିନାରରେ ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ନନ୍ଦିନୀ ରାଉତଙ୍କର ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିଥିଲେ। ବିଶ୍ଵେଶ୍ଵର ମାଝୀ ଅତିଥିଙ୍କୁ ସ୍ଵାଗତ ଅଭିଭାଷଣ ମାଧ୍ୟମରେ ବକ୍ତବ୍ୟ ରଖିବାକୁ ଆମନ୍ତ୍ରଣ କରିଥିଲେ।

ମୁଖ୍ୟ ଅତିଥି ମୁରାରୀ ପ୍ରସାଦ ପଶାଏତ ତାଙ୍କର ସ୍ଵଳ୍ପ ବକ୍ତବ୍ୟରେ ଉକ୍ତ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ, ଆଗାମୀ କାର୍ଯ୍ୟକ୍ରମର ସଫଳତା ବିଷୟରେ ଆଲୋକପାତ କରି ସାହିତ୍ୟ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ସାହିତ୍ୟିକ କବି ବନ୍ଧୁ ପରିବାର ହାସଲ କରିସାରିଛି ବୋଲି ପ୍ରକାଶ କରିଥିଲେ ଏବଂ ପୌରାଣିକ କଥାବସ୍ତୁ ଶୁକ୍ରାଚାର୍ଯ୍ୟ ଓ ବୃହସ୍ପତି ଙ୍କ ସନ୍ତାନ ମାନଙ୍କର ଉଦାହରଣ ବକ୍ତବ୍ୟରେ ରଖିଥିଲେ। ବିଶ୍ଵେଶ୍ଵର ମାଝୀ ତାଙ୍କର ଦୀକ୍ଷାନ୍ତ ଭାଷଣରେ ଓଡ଼ିଶାର ଅସ୍ମିତା ପୁରୁଷଙ୍କ ସମ୍ପର୍କରେ ଆଲୋଚନା କରିବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରି ଥିଲେ ରଞ୍ଜନ କୁମାର ମହାନ୍ତି ଓ ରୀତା ଅପରାଜିତା ମହାନ୍ତି।

ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ପିତୃ ଦିବସର ଅନୁଚିନ୍ତନ ସହ ଚମତ୍କାର ସୃଷ୍ଟି ଗାନ କରିଥିଲେ। ବିଶ୍ଵେଶ୍ଵର ମାଝୀଙ୍କର ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା। ଉକ୍ତ ଆଧ୍ୟାତ୍ମିକ ଆସରରେ କେନ୍ଦୁଝର ଜିଲ୍ଲାର ରତିନାରାୟଣ ରାଉତ, ବାଲେଶ୍ଵରରୁ ପ୍ରଣତି ମହାପାତ୍ର, ଜୁମମନାଥ ପାତ୍ର, ସମର ବଲ୍ଲଭ ଭୋଇ, ରତ୍ନାକର ସିଂହ, ସ୍ନିଗ୍ଧା ସାମନ୍ତରାୟ, ଗୀତା ପୁରୀ, ଭୁବନେଶ୍ୱରରୁ ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ନଟବର ପ୍ରଧାନ, ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, କଟକରୁ ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ପୁରୀରୁ ବୈଜୟନ୍ତୀ ସାହୁ, ଆଶିଷ କୁମାର ସ୍ଵାଇଁ, ବାଲେଶ୍ଵରରୁ ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଜୁମମନାଥ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ସମର ବଲ୍ଲଭ ଭୋଇ, ଗୀତାରାଣୀ ପୁରୀ, ବାବାଜୀ ଚରଣ ଦାସ, ଅମୁଲ୍ୟ କୁମାର ନାଏକ, ଜନରଞ୍ଜନ ନାଏକ, ପ୍ରମୋଦ କୁମାର ତ୍ରିପାଠୀ, ଅନ୍ୟାନ୍ୟ ସ୍ଥାନରୁ ରଞ୍ଜନ କୁମାର ପଣ୍ଡା, କବିତା ମଲ୍ଲିକ, ଅନୁଗୁଳରୁ ନନ୍ଦିନୀ ରାଉତ, ପ୍ରତାପ କିଶୋର ରାଉତ, ପ୍ରମିଳା ପାଣି, ନିରୁପମା ପତି, ରବୀନ୍ଦ୍ର କୁମାର ବେହେରା, ଶିବାନନ୍ଦ ବାରିକ, ସାଗର କୁମାର ପରିଡ଼ା, ଅମୂଲ୍ୟ କୁମାର ନାୟକ, ରଞ୍ଜନ କୁମାର ନାୟକ, ନଗେନ୍ଦ୍ର କୁମାର ରାଉତ, ମନୋରମା ମହାପାତ୍ର, ଶୁଭ୍ରାଂଶୁ ଶେଖର ମାହୁନ୍ତ, ଅଶୋକ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଅଶୋକ କୁମାର ଦାସ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଭଳି ବହୁ କବି କବୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ପ୍ରଧାନ ଶିକ୍ଷକ ରତିନାରାୟଣ ରାଉତଙ୍କ ଧନ୍ୟବାଦ ତଥା ଶାନ୍ତିପାଠ ସହ ସଭାପତିଙ୍କ ଅନୁମତି କ୍ରମେ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.