ଘୋଡାବନ୍ଧ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସି.ଆର.ସି.ସି ହେମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଲାଙ୍କ ନାମ ଲେଖା, ଇ-ଅଭିଭାବକ ସମ୍ମିଳନୀ, ୟୁଟ୍ୟୁବ ଲାଇଭଷ୍ଟ୍ରିମ ଶିକ୍ଷାଦାନ, ଇ-ପାଠଶାଳା, ଇ-ମୂଲ୍ୟାଙ୍କନ, ଆର୍ଥିକ ପରିଚାଲନା, ମୋ ସ୍କୁଲ ଅଭିଯାନ, ସର୍ବନିମ୍ନ ସାକ୍ଷରତା ଓ ସଂଖ୍ୟାତ୍ମକ ଜ୍ଞାନ, ଇକୋ କ୍ଲବ, ବୃକ୍ଷରୋପଣ, କିଚେନ ଗାର୍ଡେନ, ମଧ୍ୟାହ୍ନ ଭୋଜନ ରନ୍ଧନ ଖର୍ଚ୍ଚ ବଣ୍ଟନ, ଆଇ.ଏଫ୍‌.ଏ. ଟାବଲେଟ ବଣ୍ଟନ, ଅଧାରୁ ପାଠ ଛାଡିଥିବା ପିଲାଙ୍କ ତଥ୍ୟ ସଂଗ୍ରହ, ପୁସ୍ତକ ବଣ୍ଟନ ଓ ଶିକ୍ଷକଙ୍କ କୋଭିଡ ଟିକା ଗ୍ରହଣ ଉପରେ ସମୀକ୍ଷା କରାଯାଇଥିଲା । 

ଏଥିରେ ଘୋଡାବନ୍ଧ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୈଷ୍ଣବ ସାହୁ, ବିଅଁରପଡା ପ୍ରାଥମିକ ବିଦ୍ୟଳୟର ପ୍ରଧାନଶିକ୍ଷକ ଚିନ୍ତାମଣି ରଣା, ଧଅଁରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଲାଲ ମାଝୀ, ବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଙ୍ଗର ସିଙ୍ଗ ମାଝୀ, ରାକ୍ସୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ ଚନ୍ଦ୍ର ସାହୁ , ଯୋଡ଼ାବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣ୍ଡାଧର ଜାନୀ, ସାଡିଙ୍ଗତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡମ୍ବରୁଧର ନାଗ, ଲମସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରୀଶଙ୍କର ମାଝୀ ଏବଂ ଶିର୍ଲିପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କୁନି ମାଝୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.