ସରିଆଁରେ ୭୨ତମ ବନ ମହୋତ୍ସବ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁରେ ବନମହୋତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡି ଉତ୍ତର ବନଖଣ୍ଡ, ଭାବନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ସହଯୋଗରେ ବୃକ୍ଷ ରୋପଣ କରି ୭୨ତମ ବନ ମହୋତ୍ସବ ପାଳନ କରାଯାଇଛି। ସର୍ବ ପ୍ରଥମେ ବିଦ୍ୟାଳୟ ପରିସରରେ ଜଙ୍ଗଲ ସୁରକ୍ଷା ସଚେତନତା ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରୀନା ଭୋଇ, ସମ୍ମାନୀତ ଅତିଥି ଭାବେ ଭବାନୀପାଟଣା ବନାଞ୍ଚଳ ଅଧିକାରୀ ନୃତ୍ୟରାଜ ମାଝୀ, ଶାନ୍ତପୁର ବନପାଳ ରତ୍ନାକର ଧରୁଆ, ବନପାଳ ଭବାନୀ ଶଙ୍କର ପରିଛା, ବନପାଳ ଇନ୍ଦୁଭୂଷଣ ମାଝୀ, ଗ୍ରାମ୍ୟ ବିକାଶ ସଙ୍ଗଠନର ଦଳପତି ସୁଜିତ ଦଳାଇ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ଭୋଇ, କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବାର୍ତା ପ୍ରଦାନ କରିଥିଲେ ଏବଂ ପରିଶେଷରେ ଶ୍ରୀ ପରିଛା ବନବିଭାଗ ତରଫରୁ ୧ ଟଙ୍କା ମୁଲ୍ୟରେ ଦିଆଯାଉଥିବା ଚାରାକୁ ସମସ୍ତେ କିଣି ରୋପଣ କରିବାପାଇଁ ଆହ୍ବାନ ଦେଇଥିଲେ।


ଉକ୍ତ କାର୍ଯ୍ୟକ୍ରମରେ ପାର୍ଟନର ଏନ.ଜି.ଓ. କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼ ଓ ମିନା କୁମାରି ନାଏକ ଏବଂ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ଶୁକଦେଵ ସାହୁ , କ୍ଲବର ସଦସ୍ୟ ସୌରଭ କୁମାର ଭୋଇ, ଅସୀମ ଭୋଇ, ଅବନୀ ରଞ୍ଜନ ଭୋଇ, ଓଁକାର ଭୋଇ, ମୋହିତ କୁମାର ଭୋଇ, ପ୍ରୀତମ ସାହୁ, ସ୍ୱସ୍ତିକ ରଞ୍ଜନ ଭୋଇ, ଭକ୍ତ ବିଶ୍ୱାଳ, ଗୋବିନ୍ଦ ମାଝୀ ଏବଂ ଗ୍ରାମ୍ୟ ଜଙ୍ଗଲ ବିଭାଗର କର୍ମଚାରୀ ରାମେଶ୍ୱର ଭୋଇ, କାନ୍ଥ ମାଝୀ ଓ ତୁଳସୀ ସ୍ୱୟଂସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.