ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଲାଞ୍ଜିଗଡ଼/ଭବାନୀପାଟଣା, (ଧର୍ମେନ୍ଦ୍ର ପଣ୍ଡା): ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନର ଏକ ବୈଠକ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କର୍ମକର୍ତ୍ତା ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲଡ ବ୍ୟାଙ୍କ ଇନ୍-ଚାର୍ଜ ​​ଜୟନ୍ତୀ ନାୟକ, ମୁଖ୍ୟ ବକ୍ତା ସୁବ୍ରତ ବେହେରା (କାଉନସିଲର ଅଫ୍ ୟୁଥ୍ ରେଡ୍ କ୍ରସ୍ ସୋସାଇଟି),

ସମ୍ମାନିତ ଅତିଥି ଭାବେ  ମୋହିତ ମିଶ୍ର (ବିଶ୍ୱ ପଶ୍ଚିମ ଓଡିଶାର ସଚିବ ତଥା ସହ ପ୍ରତିଷ୍ଠାତା), ଦୀପକ ରଂଜନ ସାହୁ(ସାମାଜିକ କାର୍ଯ୍ୟକର୍ତ୍ତା, ଅଙ୍ଗ ଦାତା, ନାନୋ ୟୁନିକର୍ଣ୍ଣ ପ୍ରକଳ୍ପର ପରାମର୍ଶଦାତା, ଓଡିଶା ସରକାର), ସିବରାମ ନାୟକ (ସ୍ବାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ) ଓ ଅତିଥି ​​ସୁଖିନ୍ଦର ସିଂ , ଅଜିତ୍ ନାଏକ, ସନ୍ତୋଷ କୁମାର ସିଂହ ଦେଓ, ଅମିତ ବିଶ୍ଵାଳ, ଡ଼ଃ ଅମରେଶ ଚନ୍ଦ୍ର ଦୋରା ପ୍ରମୁଖ ଉପସ୍ଥିତ ଥିଲେ।


ଏହି ଅବସରରେ ସଂଗଠନର ଜିଲ୍ଲା କମିଟିର କାର୍ଯ୍ୟକାରୀ ସଭାପତି ଭାବେ ମହେଶ୍ୱର ସୁନାନି, ଉପ ସଭାପତି ଭାବେ ଅଙ୍କିତ ଅଗ୍ରୱାଲ , ସମ୍ପାଦକ ଭାବେ ଡମ୍ବରୁଧର ସାହୁ , ସହ ସଂପାଦିକା ଭାବେ ସୁନୀତା ବାଗ, କୋଷଧାକ୍ଷ ମୃତ୍ୟୁଞ୍ଜୟ ନାଏକ, ଜିଲ୍ଲା ସଂଯୋଜକ ଭାବେ କୋପନେଶ୍ଵର୍ ବେମାଲ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଭାବେ ସନତ୍ ସାହୁ ପ୍ରମୁଖଙ୍କୁ ନୂତନ ଦାଇତ୍ୱ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.