ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ ହେଲେ କୋପ୍ନେଶ୍ବର ବେମାଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କୋକସରା ବ୍ଲକ ଗମ୍ଭାରୀ ଗୁଡା ଗ୍ରାମପଞ୍ଚାୟତ ଚିକିଲି ଗ୍ରାମର କୋପ୍ନେଶ୍ଵର ବେମାଲଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ଵେଷା ରେଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବେମାଲଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଭିଳାଷ ଜି, ଡିଏଫଓ ଲାଡେ ଗଜାନନ ଦୟାନନ୍ଦ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସିଆରପିଏଫ କାମାଣ୍ଡେଣ୍ଟ ବିପ୍ଳବ ସରକାର, ଏସିଏଫ ଅନିଲ କୁମାର ରାଏ, ରେଞ୍ଜର ଆତ୍ମରାମ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କୋପ୍ନେଶ୍ଵର ଜଣେ ପ୍ରକୃତିସେବୀ, ପ୍ରକୃତିପ୍ରେମୀ ଓ ବିଭିନ୍ନ ସମାଜସେବା କ୍ଷେତ୍ରରେ ସାମିଲ ଅଛନ୍ତି। ଏହା ସହ ପଶୁପକ୍ଷୀଙ୍କ ପ୍ରତି ସର୍ବଦା ସମ୍ବେଦନଶୀଳ ହେବା ସହ ପ୍ରକୃତିର ସୁରକ୍ଷା ପାଇଁ ଅନେକ ସମୟରେ ବୃକ୍ଷରୋପଣ, ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି, ପରିବେଶ ପ୍ରତି ତାଙ୍କର ଏଭଳି ନିଷ୍ଠା ଏବଂ ସମାଜସେବା ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଛି। ବୃକ୍ଷ ରୋପଣ କରି ପରିବେଶକୁ ସବୁଜିମା କରିଛନ୍ତି ଏବଂ ଜନସାଧାରଣଙ୍କୁ ସମ୍ପ୍ରତି କରୋନା ସମୟରେ ମଧ୍ୟ ଗାଁ ଗାଁକୁ ଯାଇ କରୋନା ସମୟରେ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଚେତନତା ବାଣୀ ମଧ୍ୟ ପ୍ରଦାନ କରୁଥିବା ଦୃଷ୍ଟିଗୋଚର ହୋଇଥିଲା। ସୂଚନାଯୋଗ୍ୟ ଯେ, କୋପ୍ନେଶ୍ଵର ହେଉଛନ୍ତି ଚିକିଲି ଗ୍ରାମର ରତ୍ନାକର ବେମାଲଙ୍କ ପୁତ୍ର। ଏହି ଅବସରରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ପଠାଇଅଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.